ପୋଲାଭରମ୍‌ ପ୍ରକଳ୍ପ ପାଇଁ ଓଡ଼ିଶାର ବିଜେପି ସରକାର ଚୁପ୍‌ ବସିଛନ୍ତି :ବିଜେଡି

ଭୁବନେଶ୍ବର : ପୋଲାଭରମ୍‌ ପ୍ରକଳ୍ପ ପାଇଁ କେନ୍ଦ୍ରଠାରୁ ସହାୟତା ପରେ ସହାୟତା ନେଇ ଚାଲିଛନ୍ତି ଆନ୍ଧ୍ର ସରକାର। ହେଲେ ଓଡ଼ିଶାର ବିଜେପି ସରକାର ଏବଂ ରାଜ୍ୟର ୨୦ ବିଜେପି ସାଂସଦ ମଧ୍ୟ ଚୁପ୍‌ ବସିଛନ୍ତି। ଓଡିଶାର ସ୍ୱାର୍ଥକୁ ଉପେକ୍ଷା କରି କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ଘିଅ ମହୁରେ ଭସାଉଛନ୍ତି। ପୂର୍ବରୁ ଏହି ପ୍ରସଙ୍ଗରେ ସରକାରରେ ଥିବା ବିଜୁ ଜନତା ଦଳ ବାରମ୍ବାର ପ୍ରତିବାଦ, ଆନ୍ଦୋଳନ କରିବା ସହ କେନ୍ଦ୍ରସରକାରଙ୍କୁ ମଧ୍ୟ ଅବଗତ କରିଛି। ହେଲେ କେନ୍ଦ୍ର ସରକାର ନିଜର ରାଜନୈତିକ ସ୍ବାର୍ଥକୁ ସାଧନ କରିବା ଲକ୍ଷ୍ୟରେ ଚୁପ୍‌ ରହୁଛନ୍ତି। ଆଉ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଲୋକମାନେ ଭାବିଥିଲେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଚିନ୍ତା କରିବେ କିନ୍ତୁ ତାହା ହେଲା ନାହିଁ। ଯାହାକୁ ନେଇ ପ୍ରେସମିଟ କରି ପୁଣି ବର୍ଷିଛି ବିଜେଡି।

ସୋମବାର ଶଙ୍ଖ ଭବନରେ ବିଜେଡି ନେତା ଭୃଗୁ ବକ୍ସିପାତ୍ର ପ୍ରେସମିଟ କରି କହିଛନ୍ତି ବିଜେଡି ଲମ୍ବା ସମୟ ଧରି ପୋଲାଭରମ ଆନ୍ଦୋଳନରେ ସାମିଲ ଅଛି। ସରକାରରେ ଥିବା ସମୟରୁ ଆଜି ବିରୋଧୀ ଦଳରେ ଥିବା ଯାଏଁ ଆମେ ଆନ୍ଦୋଳନ କରୁଛୁ। ପୋଲାଭରମ ମାଲକାନଗିରିକୁ କେତେ କ୍ଷତି ଦେବ, ଆମେ କେନ୍ଦ୍ର ସରକାରଙ୍କୁ ଜଣାଇଛୁ। ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖିଛନ୍ତି। ନିର୍ବାଚନ ପୂର୍ବରୁ ବି ଚିଠି ଲେଖିଥିଲେ।
ଅନ୍ୟପଟେ ସୁପ୍ରିମକୋର୍ଟ ବି କେନ୍ଦ୍ର ସରକାର ଏକ ପାଖିଆ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିଷ୍ପତ୍ତି ଜଣାଇ ଥିଲେ। ହେଲେ ଆନ୍ଧ୍ର ପ୍ରଦେଶର ଚନ୍ଦ୍ର ବାବୁ ନାଇଡ଼ୁଙ୍କୁ ରାଜନୈତିକ ଉଦେଶ୍ୟ ପାଇଁ ପ୍ରଥମେ ୧୨୦୦୦ ଓ ତା ପରେ ୫୦୦୦ କୋଟି ଦେଇଛି କେନ୍ଦ୍ର। ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରିବା ସହ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଓ ସିଡବ୍ଲୁ୍ୟସି ଭେଟିଥିଲେ। ଏକ ପାଖିଆ ଭାବେ ପ୍ରକଳ୍ପ ନ ହେଉ, ଉଭୟ ରାଜ୍ୟର ସ୍ବାର୍ଥକୁ ଆଖି ଆଗରେ ରଖି କରାଯାଉ ବୋଲି ବିଜେଡି ଦାବି କରିଥିଲା। କିନ୍ତୁ୍ କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରି ରାଜନୈତିକ ଉଦ୍ଦେଶ୍ୟ ରଖି ଆନ୍ଧ୍ର ସପକ୍ଷରେ ନିଷ୍ପତ୍ତି ନେଉଛନ୍ତି।

ସେପଟେ ପୋଲାଭରମ ପ୍ରତିବାଦ କ୍ରିୟାନୁଷ୍ଠାନ କମିଟି ମୋଟୁ ଓ ପଡିଆର ୧୨ ପଂଚାୟତ ଯାହା କ୍ଷତି ସହିବେ, ୧୪ ଆଦିବାସୀ କମିଟି, ପୋଲାଭରମ ଅଞ୍ଚଳ ଆଦିବାସୀ ପ୍ରତିବାଦ କମିଟି ଫେବୃଆରୀ ୨୮ ରେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନର ବିଗତ ଦିନରେ ବିଜେଡି ନେତୃତ୍ୱ ନେଇଛି, କମିଟି ନବୀନଙ୍କୁ ନିବେଦନ କରିଛି ସମର୍ଥନ କରିବାକୁ। ନବୀନ ପଟ୍ଟନାୟକଙ୍କ ଯାହା ନିଷ୍ପତ୍ତି ରହିଛି ବିଜେଡି ସମର୍ଥନ ନେଇ, ତାହା ଦିନେ ଦୁଇ ଦିନ ଭିତରେ ଜଣାଇବେ ବୋଲି ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି

    ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ ସଂରକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି । । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ ନିର୍ଦ୍ଦେଶ ଦିଆଯାଇଛି…

    Continue reading
    ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା

    ଭୁବନେଶ୍ଵର : ବିଜେପିର ନୂତନ ରାଜ୍ୟ କାର୍ୟ୍ୟକାରିଣୀ କମିଟି ଘୋଷଣା। ଗୁରୁବାର ରାତିରେ ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । କମିଟିରେ ୭୨ ଜଣ ସଦସ୍ୟ ଅଛନ୍ତି । ଏଥିସହ ୩୮ ଜଣ ସ୍ୱତନ୍ତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ