
ଭୁବନେଶ୍ୱର: ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନୋଏଡ଼ାର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲରା ଆରଏମଏଲ ହସ୍ପିଟାଲରେ ସେ ପୂର୍ବରୁ ଚିକିତ୍ସିତ ହେଉଥିଲେ । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।
ପ୍ରକାଶ ଯେ ଗୁରୁବାର ସଂସଦ ପରିସରେ ଆମ୍ବେଦର ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ସେମାନେ ବିରୋଧୀ ସଂସଦ ଭିତରକୁ ପ୍ରବେଶ କରିବାକୁ ଯାଉଥିଲେ। ଏତିକି ବେଳେ ପ୍ରବେଶ ପଥର ପାହାଚରେ ବିଜେପି ସାଂସଦମାନେ ବିକ୍ଷୋଭ କରୁଥିଲେ। ଦୁଇ ପକ୍ଷ ସାଂସଦ ଗୋଟିଏ ସ୍ଥାନରେ ପହଞ୍ଚିବାରୁ ମୁହାଁମୁହିଁ ସ୍ଥିତି ହୋଇଥିଲା। ରାହୁଲ ଗାନ୍ଧି କୁଆଡ଼େ ୬୯ ବର୍ଷୀୟ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟତୀତ ବିଜେପିର ଅନ୍ୟ ଜଣେ ସାଂସଦ ମୁକେଶ ରାଜପୁତ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ରାହୁଲ ଗାନ୍ଧିଙ୍କ ନାଁରେ ମାମଲା କରିଥିଲା। ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି।



