ପ୍ରତିରକ୍ଷା କର୍ମଚାରୀଙ୍କୁ ବାନ୍ଧି ପାରିବନି ପୁଲିସ୍‌

ଭୁବନେଶ୍ୱର : ପ୍ରତିରକ୍ଷା କର୍ମଚାରୀ ଥାନାକୁ ଆସିଲେ କିଭଳି ବ୍ୟବହାର କରାଯିବ ସେନେଇ ଏକ ଏସଓପି ଜାରି କରାଯାଇଛି । ଏନେଇ ରାଜ୍ୟ ସରକାର ହାଇକୋର୍ଟରେ ତଥ୍ୟ ଉପସ୍ଥାପିତ କରିଛନ୍ତି ।

 

ଏସଓପି ଅନୁସାରେ କୌଣସି ଥାନାକୁ କିମ୍ବା ଫାଣ୍ଡିକୁ ପ୍ରତିରକ୍ଷା କର୍ମଚାରୀ ଅଭିଯୋଗ ନେଇ ଆସିଲେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ତାଙ୍କ ଅଭିଯୋଗ ଶୁଣିବେ । ଆଇନ ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବେ । ଯଦି କେହି ମୌଖିକ ଭାବେ ଅଭିଯୋଗ କରିବେ ତାକୁ ମଧ୍ୟ ଗୁରୁତ୍ୱ ଦେଇ ଅଭିଯୋଗକୁ ନିଜେ ଲେଖିବେ । ଅଭିଯୋଗକାରୀଙ୍କ ଦସ୍ତଖତ ରଖିବେ । କିନ୍ତୁ ଲିଖିତ ଅଭିଯୋଗ କରିବାକୁ ତାଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି ଏସ୍‌ଓପିରେ କୁହାଯାଇଛି ।

 

ପ୍ରତିରକ୍ଷା କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲାକୁ ନେଇ ଗିରଫ କରିବାର ଆବଶ୍ୟକତା ଥିଲେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ତାଙ୍କୁ ଗିରଫ କରାଯାଇପାରିବ ନାହିଁ । ଏପରି ପରିସ୍ଥିତିରେ ନିକଟତମ ଷ୍ଟେସନ କମାଣ୍ଡର ବା ମେଜର ଜେନେରାଲଙ୍କ ଅନୁମତି ଲୋଡିବେ ସମ୍ପୃକ୍ତ ପୁଲିସ ଅଧିକାରୀ । ତେବେ ଷ୍ଟେସନ କମାଣ୍ଡର ବା ମେଜର ଜେନେରାଲଙ୍କ ଅନୁମତି ନମିଳିଲେ ସମ୍ପୃକ୍ତ ଅଭିଯୁକ୍ତ ପ୍ରତିରକ୍ଷା କର୍ମଚାରୀଙ୍କୁ ମିଲିଟାରୀ ପୁଲିସକୁ ହସ୍ତାନ୍ତର କରିବାକୁ କୁହାଯାଇଛି । ଅନ୍ୟପଟେ ହତ୍ୟା, ଦୁଷ୍କର୍ମ ଓ ଅପହରଣ ଭଳି ଅପରାଧ କ୍ଷେତ୍ରରେ ସମ୍ପୃକ୍ତ ପ୍ରତିରକ୍ଷା କର୍ମଚାରୀଙ୍କୁ ଗିରଫ କରିବାକୁ ଅନୁମତିର ଆବଶ୍ୟକତା ନାହିଁ ବୋଲି ଏସ୍‌ଓପିରେ ସ୍ପଷ୍ଟ ହୋଇଛି ।

 

ଗିରଫ ପ୍ରତିରକ୍ଷା କର୍ମଚାରୀଙ୍କୁ ହ୍ୟାଣ୍ଡକପ ନପକାଇବା ସହ ମାରପିଟ କିମ୍ବା ଦୁର୍ବ୍ୟବହାର ପ୍ରଦର୍ଶନ ନକରିବାକୁ ଏସଓପିରେ କୁହାଯାଇଛି ।

Related Posts

ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

Continue reading
ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ