ପ୍ରତ୍ୟେକ ଜୀବନ ମୂଲ୍ୟବାନ : ସୂର୍ୟ୍ୟବଂଶୀ ସୂରଜ

ଭୁବନେଶ୍ୱର : “ପ୍ରତ୍ୟେକଟି ଜୀବନ ହେଉଛି ମୂଲ୍ୟବାନ। ଆଜି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ କଳିଙ୍ଗ ଷ୍ଟାଡ଼ିୟମ ଠାରେ “ଜୀବନ ଜିନ୍ଦାବାଦ” କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଜୀବନରେ କୌଣସି ପରିସ୍ଥିତିରେ ମଧ୍ୟ ଆତ୍ମହତ୍ୟା ମାନସିକତା ନ ଆଣିବା, ଜୀବନରେ ସକାରତ୍ମକ ଚିନ୍ତାଧାରା ରଖିବାର ଭାବନାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ “ଜୀବନ ଜିନ୍ଦାବାଦ” କାର୍ୟ୍ୟକ୍ରମ ଆୟୋଜିତ ହେଉଛି। ଜୀବନରେ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ଯଦି ଦୃଢ଼ତାର ସହ ଆମେ ନିଜକୁ ବୁଝାଇ ପାରିବା ଏବଂ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରାଯାଇପାରିବ ଏହି ଭାବନାକୁ ନେଇ ଆଗକୁ ବଢିବା ତେବେ ଆମ ସମାଜରୁ ଆମେ ଆତ୍ମହତ୍ୟା ଭଳି ବ୍ୟାଧିକୁ ଦୂରୀଭୂତ କରିପାରିବା। କେବଳ ନିଜ ପାଇଁ ନୁହେଁ, ବରଂ ଆମର ଚତୁଃପାର୍ଶ୍ବରେ ଯଦି କିଏ ଭାଙ୍ଗିପଡୁଛି, କିଏ ଦୁଃଖରେ ମ୍ରିୟମାଣ ହୋଇପଡୁଛି, ତାଙ୍କୁ ସହଯୋଗ କରିବା। ସକାରାତ୍ମକ ମାନସିକତା ପୋଷଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା। ଆତ୍ମହତ୍ୟା ନିରୋଧ ଦିଗରେ ସମସ୍ତଙ୍କୁ ସଚେତନ କରିବା। ଆଜିର ଦିନରେ ଆମେ ସମସ୍ତେ ଶପଥ ନେବା ଯେ, ଆମେମାନେ ଜଣେ ଜଣେ ଜୀବନ ରକ୍ଷକ ଭାବେ କାର୍ୟ୍ୟ କରିବା” ବୋଲି କହିଛନ୍ତି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ। ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ନମନ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଷ୍ଟାଡ଼ିୟମରେ ‘ଜୀବନ ଜିନ୍ଦାବାଦ’ ରାଜ୍ୟସ୍ତରୀୟ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ନମନ ଫାଉଣ୍ଡେସନର ଉପସଭାପତି ତଥା ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚ୍ଚୀ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସଙ୍ଗୀତ ନାଟକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଚେତନତାଧର୍ମୀ ‘ଜୀବନ ଜିନ୍ଦାବାଦ’ କ୍ଷୁଦ୍ର ନାଟକ ଏବଂ ‘ଆତ୍ମହତ୍ୟା କରନାହିଁ’ ନୃତ୍ୟନାଟିକା ପରିବେଷଣ କରିଥିଲେ। ନମନ ଫାଉଣ୍ଡେସନ୍‌ର ସଭାପତି ତଥା ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରେମ୍ ଆନନ୍ଦଙ୍କ ଦ୍ବାରା ପ୍ରସ୍ତୁତ ‘ଜୀବନ ଜିନ୍ଦାବାଦ’ ଥିମ୍‌ ସଙ୍ଗ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ଏକ ଶପଥପାଠ ଏବଂ ଭାବବିନିମୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ସମସ୍ତଙ୍କୁ ଶପଥପାଠ କରାଇଥିବାବେଳ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଭାବବିନିମୟ କାର୍ୟ୍ୟକ୍ରମରେ ପାରା ଆଥଲେଟ୍ କମଳାକାନ୍ତ ନାୟକ ଯୋଗଦେଇ ତାଙ୍କର ସଂଘର୍ଷମୟ ଜୀବନର ସଫଳତମ ସେପାନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ, ପୋଲିସ କମିଶନର ଏସ.ଦେବଦତ୍ତ ସିଂହ, କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଓଡ଼ିଶା ହକି ପ୍ରମୋସନ କାଉନସିଲ ସିଇଓ ଦୀପଙ୍କର ମହପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ