ପ୍ରଶାନ୍ତ ଭାଇ ଆମ ସମସ୍ତଙ୍କ ମୂରବୀ ଥିଲେ: ମନମୋହନ ସାମଲ

ଭୁବନେଶ୍ୱର: ବରିଷ୍ଠ ନେତା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପ୍ରଥମ ସଭାପତି ଓ ଅଟଳ ସମ୍ମାନରେ ସମ୍ମାନିତ ସ୍ୱର୍ଗତଃ ପ୍ରଶାନ୍ତ କୁମାର ସେନାପତି ସ୍ମୃତିରେ ଆଜି ରାଜ୍ୟ କାର୍ୟ୍ୟାଳୟଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି ।
ଛୋଟରୁ ଛୋଟ କାର୍ୟ୍ୟକୁ ଗୁରୁତ୍ୱ ଦେଇ ଅତ୍ୟନ୍ତ ନିଷ୍ଠାର ସହ ଦାୟୀତ୍ୱ ସଂପନ୍ନ କରୁଥିଲେ ପ୍ରଶାନ୍ତ ଭାଇ । ଟିକିନିଖି ଖବର ରଖୁଥିଲେ । ବ୍ୟବସ୍ଥା ଦୃଷ୍ଟିରୁ ସତର୍କ ଓ ଯତ୍ନବାନ ଥିଲେ । ମେଡିକାଲଠାରୁ ଆରମ୍ଭ କରି ଛୋଟ ଛୋଟ ଏବଂ ବଡ ଘଟଣାରେ ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ହେଉଥିଲେ । ସମସ୍ତଙ୍କୁ ସାଥୀରେ ନେଇ ସଂଗଠନ କାର୍ୟ୍ୟକୁ ନିର୍ବିବାଦୀୟ ଭାବେ ଆଗେଇ ନେଉଥିଲେ । ସେ ଜଣେ ମିଷ୍ଟଭାଷୀ, ସୁସଂଗଠକ, ଅମାୟିକ, ଧର୍ମପରାୟଣ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ୱର୍ଗତଃ ସେନପତି ଦଳର ମୂଳ ବିଚାରଧାରା ସହ ଜଡ଼ିତ ଥିଲେ । ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନ ଉଲ୍ଲେଖନୀୟ ଭାବେ ବିସ୍ତାର ଲାଭ କରିଥିଲା । ସ୍ୱର୍ଗତଃ ସେନାପତି ଜଣେ ସ୍ଥିତପ୍ରଜ୍ଞ ଓ ଉତ୍ସର୍ଗୀକୃତ ରାଜନେତା ଥିଲେ । ନିଜର ନମ୍ରତା ଓ ଭଳପାଇବା ମାଧ୍ୟମରେ ସମସ୍ତଙ୍କୁ ନିଜର କରିପାରିଥିଲେ । ସେ ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ବଳରେ ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟିକୁ ପ୍ରତିଷ୍ଠିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ । ତୃଣମୂଳସ୍ତରରୁ ନିରନ୍ତର ସଂଗ୍ରାମ କରି ନିଜର ତ୍ୟାଗ ଓ ଉଦ୍ୟମ ବଳରେ ସେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥିଲେ । ପ୍ରକୃତରେ ପ୍ରଶାନ୍ତ ଭାଇ ଆମ ସମସ୍ତଙ୍କ ମୂରବୀ ଥିଲେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି କହିଛନ୍ତି ।
ଶ୍ରଦ୍ଧାଞ୍ଜଳୀ ସଭା ପୁର୍ବରୁ ପ୍ରଶାନ୍ତ ଭାଇଙ୍କ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରି ବୈଦିକ ମନ୍ତ୍ର ପାଠ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବିଧାୟକ ବାବୁ ସିଂ, ବରିଷ୍ଠ ନେତା ରଞ୍ଜନ ପଟେଲ, ସୁଦୀପ୍ତ ରାୟ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜଗନ୍ନାଥ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ରତିକାନ୍ତ ଦାଶ, ହରେକୃଷ୍ଣ ଖୁଂଟିଆ, ବରିଷ୍ଠ ନେତ୍ରୀ ଜୟନ୍ତୀ ପଢିଆରୀ, କାନନବାଲା ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତଃ ପ୍ରଶାନ୍ତ ଭାଇଙ୍କୁ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରର ଅନେକ ନେତୃବୃନ୍ଦ ଓ କାର୍ୟ୍ୟକର୍ତା ଉପସ୍ଥିତ ଥିଲେ । ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ଶ୍ରଦ୍ଧାଞ୍ଜଳୀ ସଭା ପରିଚାଳନା କରିଥିବାବେଳେ ସୁଶାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

    ବରଗଡ଼ : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସେ ଭୁବନେଶ୍ବରସ୍ଥିତ କଂଗ୍ରେସ ଭବନରେ ଶତାଧିକ ସମର୍ଥକଙ୍କ ଗହଣରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିଧାୟକ ସନ୍ତୋଷ ସିଂ…

    Continue reading
    ସିଜିମାଳୀ ସମସ୍ୟା: ଦରକାର ପଡିଲେ ଆଦିବାସୀଙ୍କ ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଆସିବେ

    ଭୁବନେଶ୍ୱର : ସିଜିମାଳୀର ବିସ୍ଥାପିତଙ୍କୁ ନ୍ୟାୟ ଦାବିରେ ତଥା ପୁଲିସର ଦମନଲୀଳା ବିରୋଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ନ୍ଦେଶ କ୍ରମେ ୧୦ ତାରିଖ ଶୁକ୍ରବାର ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ