ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଓଡ଼ିଶାକୁ ମିଳିବ ନୂଆ ପିସିସି ସଭାପତି

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ୮ରେ ଫଳ ଘୋଷଣା । ତା’ପରେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଓଡ଼ିଶାକୁ ମିଳିବ ନୂଆ ପିସିସି ସଭାପତି । ନିର୍ବାଚନ ପରେ ଦଳର ବରିଷ୍ଠ ନେତାମାନେ ବିଚାରବିମର୍ଶ କରି ନାଁ ଘୋଷଣା କରିବେ। ତା’ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଛନ୍ତି କଟକ ବାରବାଟିର ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାମିଲ ହୋଇ ଦଳ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି । ତେବେ ମୋକିମ ନୂଆ ପିସିସି ସଭାପତି ହୋଇପାରନ୍ତି ବୋଲି ଦଳର କିଛି ନେତା ସୂଚନା ଦେଉଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ସୋମବାର ରାହୁଲ ଗାନ୍ଧିଙ୍କ ପ୍ରଚାର ଥିବାରୁ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ଓଡ଼ିଶାର ଏକ ମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ ପିସିସି ସଭାପତି ହୋଇପାରନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସପ୍ତଗିରି ଆଗ୍ରହୀ ନଥିବା ସୂଚନା ମିଳିଛି । ତେଣୁ ଏବେ ମୋକିମଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ଗୋଟିଏ ଗୋଷ୍ଠୀ ମୋକିମ ପିସିସି ସଭାପତି ହେବେ ବୋଲି କହୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଭକ୍ତ ହେବେ ବୋଲି କହୁଛନ୍ତି। ତେବେ ଯିଏ ବି ହେଉ ପିସିସି ସଭାପତି ଶୀଘ୍ର ଘୋଷଣା କରାଯାଉ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ତେଣୁ ଦଳର ମୁଖିଆ ନିଯୁକ୍ତି ଶୀଘ୍ର କରାଯାଉ ବୋଲି ତାରା ଯୁକ୍ତି ବାଢ଼ିଛନ୍ତି । ତେବେ ମୋତେ ଦାୟିତ୍ୱ ଦେଲେ ମୁଁ ମନା କରିବିନି। କିନ୍ତୁ ନିଜଆଡ଼ୁ ଯାଇ ଅନୁରୋଧ କରିବିନି ବୋଲି ସେ ସ୍ପଷ୍ଟ କରିଛନ୍ତି ।

  • Related Posts

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ…

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ଭୁବନେଶ୍ୱର:ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶନିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିଉତ୍ତର…

    Leave a Reply

    Your email address will not be published. Required fields are marked *

    You Missed

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    କଂଗ୍ରେସର ଦାବି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ

    ସାଗରିକ ନାଥ ଏନ୍‌ଆଇଏ ଏସ୍‌ପି

    ସାଗରିକ ନାଥ ଏନ୍‌ଆଇଏ ଏସ୍‌ପି

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମହାନଦୀ ଜଳବିବାଦ: ସେପ୍ଟେମ୍ବର ୬ରେ ଶୁଣାଣି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ମୁଖ୍ୟମନ୍ତ୍ରୀଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଚିଠି

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ

    ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ