ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଓଡ଼ିଶାକୁ ମିଳିବ ନୂଆ ପିସିସି ସଭାପତି

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ୮ରେ ଫଳ ଘୋଷଣା । ତା’ପରେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଓଡ଼ିଶାକୁ ମିଳିବ ନୂଆ ପିସିସି ସଭାପତି । ନିର୍ବାଚନ ପରେ ଦଳର ବରିଷ୍ଠ ନେତାମାନେ ବିଚାରବିମର୍ଶ କରି ନାଁ ଘୋଷଣା କରିବେ। ତା’ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଛନ୍ତି କଟକ ବାରବାଟିର ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ସାମିଲ ହୋଇ ଦଳ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି । ତେବେ ମୋକିମ ନୂଆ ପିସିସି ସଭାପତି ହୋଇପାରନ୍ତି ବୋଲି ଦଳର କିଛି ନେତା ସୂଚନା ଦେଉଛନ୍ତି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ସୋମବାର ରାହୁଲ ଗାନ୍ଧିଙ୍କ ପ୍ରଚାର ଥିବାରୁ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ଓଡ଼ିଶାର ଏକ ମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା । ସେ ପିସିସି ସଭାପତି ହୋଇପାରନ୍ତି ବୋଲି କୁହାଯାଉଥିଲେ ମଧ୍ୟ ସପ୍ତଗିରି ଆଗ୍ରହୀ ନଥିବା ସୂଚନା ମିଳିଛି । ତେଣୁ ଏବେ ମୋକିମଙ୍କ ସମେତ କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସର ଗୋଟିଏ ଗୋଷ୍ଠୀ ମୋକିମ ପିସିସି ସଭାପତି ହେବେ ବୋଲି କହୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଭକ୍ତ ହେବେ ବୋଲି କହୁଛନ୍ତି। ତେବେ ଯିଏ ବି ହେଉ ପିସିସି ସଭାପତି ଶୀଘ୍ର ଘୋଷଣା କରାଯାଉ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ । ତେଣୁ ଦଳର ମୁଖିଆ ନିଯୁକ୍ତି ଶୀଘ୍ର କରାଯାଉ ବୋଲି ତାରା ଯୁକ୍ତି ବାଢ଼ିଛନ୍ତି । ତେବେ ମୋତେ ଦାୟିତ୍ୱ ଦେଲେ ମୁଁ ମନା କରିବିନି। କିନ୍ତୁ ନିଜଆଡ଼ୁ ଯାଇ ଅନୁରୋଧ କରିବିନି ବୋଲି ସେ ସ୍ପଷ୍ଟ କରିଛନ୍ତି ।

  • Related Posts

    ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

    ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

    Continue reading
    ଆଦିବାସୀଙ୍କ ଐତିହ୍ୟ ସୁରକ୍ଷା ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଂକଳ୍ପବଦ୍ଧ

    ଶଙ୍ଖ ଭବନରେ ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ ଯୋଗଦେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର,: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ