ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ

ଦିଗପହଣ୍ଡି: ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ୱର୍ଗତ ଟିଙ୍କା ବେହେରାଙ୍କ ବଡ଼ ପୁଅ ଟୁନା ବେହେରା (୩୧)।
ଦାଦନ ଶ୍ରମିକ ଟୁନା କାମ ଅନ୍ୱେଷଣରେ ଗୁରୁବାର ବ୍ରହ୍ମପୁରରୁ ଟ୍ରେନ ଯୋଗେ ତାମିଲନାଡୁର ଚେନ୍ନାଇ ଯାଉଥିଲେ। ଚେନ୍ନାଇରେ ପହଞ୍ଚିବାକୁ ଅଳ୍ପ ରାସ୍ତା ବାକି ଥିବାବେଳେ ଶନିବାର ଭୋର ପ୍ରାୟ ୫ଟା ସମୟରେ ଅସାବଧାନତା କାରଣରୁ ତାମିଲନାଡୁର ମାଲେପାଟମ୍ୱକମ୍ ଗାଁ ନିକଟରେ ସେ ଟ୍ରେନରୁ ଖସି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଠାକାର କୁଡ଼ାଲୁର୍ ପୋର୍ଟ ଜଙ୍କସନ୍ ରେଲୱେ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସରକାରୀ ହସ୍ପିଟାଲକୁ ପଠାଇଛି। ଟୁନାଙ୍କ ସହ କାମ କରିବାକୁ ଯାଇଥିବା ଗ୍ରାମର ପପୁ ସେଠୀ ଏବଂ ରାଜୀବ ବେହେରା ଗାଁକୁ ଫୋନ୍ କରି ଏହି ଦୁଃଖଦ ଖବର ଜଣାଇଥିଲେ।
ଟୁନାଙ୍କର ଏପରି ଅକାଳ ବିୟୋଗରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ସେ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ପରିବାର ଅତି ନିହାତି ଗରିବ ହୋଇଥିବାବେଳେ ସେମାନଙ୍କର ନିଜସ୍ୱ ଘର ନାହିଁ ଏବଂ ଭଡ଼ା ଘରେ ରହୁଛନ୍ତି। ମୃତକଙ୍କର ବିଧବା ମା’ ଝୁନୁ ବେହେରା ଏବଂ ଦିବ୍ୟାଙ୍ଗ ଭଉଣୀ ପରିବାରର ଏଭଳି ଅବସ୍ଥା ଦେଖି ବାହୁନି ବାହୁନି କାନ୍ଦୁଛନ୍ତି।ଏହି ଘଟଣା ସାମ୍ନାକୁ ଆସିବା ପରେ ପଞ୍ଚାୟତ ସମିତି ସଭ୍ୟ ଶିବରାମ ମହାନ୍ତି ମୃତଦେହକୁ ଭିଟାମାଟିକୁ ଅଣାଯିବା ସହ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବ୍ରହ୍ମପୁର ଏମ୍.ପି ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ରହ୍ମପୁର ଏମ୍.ପି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଆବଶ୍ୟକୀୟ ସହାୟତା ପାଇଁ ଅନୁରୋଧ କରିଛନ୍ତି। ଏହାସହ ଗୃହହୀନ ମୃତକଙ୍କ ପରିବାରକୁ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବାକୁ ଦାବି ହୋଇଛି। ଦିଗପହଣ୍ଡି ତହସିଲଦାର କହିଛନ୍ତି ଯେ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇଦେବା ପାଇଁ ସେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

  • Related Posts

    ଜେନ୍‌-ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ବାହ୍ୟଶକ୍ତିରୁ ଦୂରେଇ ରୁହ

    ଭୁବନେଶ୍ୱର: ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ତ୍ରିରଙ୍ଗା ଅଭିଯାନ। ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତର ଯାଏଁ “ଘରେ ଘରେ…

    Continue reading
    ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି

    ଭୁବନେଶ୍ବର : ପାର୍ବଣ ପୂର୍ବରୁ ଚିନି ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଲାଣି। ଗତ ମାସକ ମଧ୍ୟରେ ଚିନି ଦର କ୍ବିଣ୍ଟାଲ ପିଛା ପ୍ରାୟ ୫୦୦ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଦିଲ୍ଲୀରେ କିଲୋଗ୍ରାମ ପିଛା ଚିନି ଦର ୪୯ ଟଙ୍କାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ