ବଙ୍ଗ ମଇଦାନରେ ସିଦ୍ଧାନ୍ତ ଓ ସୁରଜ

କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଓଡ଼ିଆ ନେତା। ମମତା ବାନାର୍ଜୀଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶାର ହେଭିୱେଟ୍ ମନ୍ତ୍ରୀ ଓ ବିଧାୟକ।
ଏହି ନିର୍ବାଚନୀ ପ୍ରଚାରର ସବୁଠୁ ଚର୍ଚ୍ଚିତ ଅଧ୍ୟାୟ ହେଉଛି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥିତି। ପଶ୍ଚିମବଙ୍ଗରେ ସିଦ୍ଧାନ୍ତଙ୍କ କ୍ରେଜ୍ କୌଣସି ବଙ୍ଗୀୟ ଷ୍ଟାରଙ୍କ ଠାରୁ କମ୍ ନୁହେଁ। ବିଶେଷ କରି ଓଲିଉଡ୍ ଓ ଟଲିଉଡର ସବୁଠୁ ଚର୍ଚ୍ଚିତ ଯୋଡ଼ି ସିଦ୍ଧାନ୍ତ ଏବଂ ରଚନା ବାନାର୍ଜୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୋଟେ ପଟେ ରଚନା ବାନାର୍ଜୀ ଟିଏମସିର ସାଂସଦ ଥାଇ ଦଳ ପାଇଁ ମୋର୍ଚ୍ଚା ସମ୍ଭାଳୁଥିବା ବେଳେ ଅନ୍ୟପଟେ ଓଡ଼ିଶାର ବିଧାୟକ ସିଦ୍ଧାନ୍ତ ମହାପାତ୍ର ବିଜେପି ପାଇଁ ବାଲି, ବେହେଲା ଏବଂ ହାୱଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ପ୍ରଚାର କରୁଛନ୍ତି। ହୁଗୁଳି ପାଖାପାଖି ଅଞ୍ଚଳରେ ସିଦ୍ଧାନ୍ତଙ୍କ ଏହି ପ୍ରଚାର କେବଳ ରାଜନୈତିକ ନୁହେଁ ବରଂ ବ୍ୟକ୍ତିଗତ ଓ ଭାବଗତ ଚର୍ଚ୍ଚାକୁ ମଧ୍ୟ ଖୋରାକ ଯୋଗାଇଛି।
ସେପଟେ ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବେ ଟିଟାଗଡ଼ ଓ ମଣ୍ଡଳାଇ ରାସ୍ତାରେ ବିଜେପିର ମୁଖ୍ୟ ଆକର୍ଷଣ। ତାଙ୍କର ସାବଲୀଳ ଭାଷଣ ଏବଂ ସାଧାରଣ ଲୋକଙ୍କ ସହ ମିଶିବାର ଶୈଳୀ ବିରୋଧୀଙ୍କୁ ଚିନ୍ତାରେ ପକାଇଛି। ସୂରଜଙ୍କ ସହ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ‘ମନ୍ କି ବାତ୍’ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ‘ଚା’ ପେ ଚର୍ଚ୍ଚା’ ମାଧ୍ୟମରେ ଡବଲ ଇଞ୍ଜିନ ସରକାରର ମଡେଲ୍ ଲୋକଙ୍କ ଆଗରେ ରଖୁଛନ୍ତି। ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଚନ୍ଦନ ନଗରରେ ଘରକୁ ଘର ବୁଲି ମମତା ସରକାରଙ୍କ ବିଫଳତା ବଖାଣୁଛନ୍ତି।

ମମତାଙ୍କ ଗଡ଼ରେ ଏବେ ଓଡ଼ିଆ ନେତାଙ୍କ ଏହି ‘ବ୍ଲୁ-ପ୍ରିଣ୍ଟ’ କାମ ଦେଉଥିବା ଭଳି ମନେ ହେଉଛି। ପ୍ରବାସୀ ଓଡ଼ିଆଙ୍କ ଭୋଟ୍ ନିର୍ଣ୍ଣାୟକ ସାଜିବାକୁ ଯାଉଥିବାରୁ ଓଡ଼ିଶାର ଏହି ମନ୍ତ୍ରୀ ଓ ବିଧାୟକମାନେ ଝାଳ ବୁହାଇ ଦଳକୁ କ୍ଷମତାକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ମମତା ବାନାର୍ଜୀଙ୍କ ଅହଂକାରୀ ସରକାରର ପତ୍ତନ କରି ଏକ ଲୋକାଭିମୁଖୀ ବିଜେପି ସରକାର ଗଢ଼ିବା ପାଇଁ ଓଡ଼ିଶାର ଏହି ବାହିନୀ ଏବେ ବଙ୍ଗ ମଇଦାନରେ ସମ୍ପୂର୍ଣ୍ଣ ସକ୍ରିୟ।

  • Related Posts

    ପଞ୍ଚାୟତ ନିର୍ବାଚନରେ ଏକା ଲଢ଼ିବ କଂଗ୍ରେସ; ପିସିସି ସଭାପତି

    ଭୁବନେଶ୍ବର: ଜିଲ୍ଲାପରିଷଦ ,ପଞ୍ଚାୟତ, ମୁନିସିପାଲଟି ନିର୍ବାଚନରେ ନିଜ ଦମରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଦାସ । ତେବେ ବିଧାନସଭା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ କହିଲେ ବିଜେଡି ସହ ବୁଝାମଣା ହେଇପାରେ…

    Continue reading
    ପାଣ୍ଡିଆନ କିଏ କହି ଖୋଲାଖୋଲି ଚ୍ୟାଲେଞ୍ଜ କଲେ ବଦ୍ରି ପାତ୍ର

    ଭୁବନେଶ୍ୱର: ବିଜୁ ଜନତା ଦଳରେ ପାଣ୍ଡିଆନଙ୍କୁ ନେଇ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗତ ସାଧାରଣ ନିର୍ବାଚନ ପରେ ଜଣକ ପରେ ଜଣେ ନେତା ଦଳର ଏଭଳି ପରିସ୍ଥିତି ପାଇଁ ପାଣ୍ଡିଆନଙ୍କୁ ହିଁ ଦାୟୀ କରିଆସୁଛନ୍ତି । ଆଉ ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା