ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା

ଭୁବନେଶ୍ୱର: ବଢ଼ିବ ବିଧାୟକଙ୍କ ଦରମା ଓ ଭତ୍ତା । ଲକ୍ଷେ ନୁହଁ ଏଣିକି ବିଧାୟକମାନେ ପାଇବେ ୨ ଲକ୍ଷ ୭୫ ହଜାର ଟଙ୍କା । ମାସିକ ଦରମା ଓ ଭତ୍ତା ବାବଦକୁ ବିଧାୟକଙ୍କ ପିଛା ସରକାର ଏତିକି ପରିମାଣର ଟଙ୍କା ଏଣିକି ଖର୍ଚ୍ଚ କରିବେ । ରାଜ୍ୟ କ୍ୟାବିନେଟ୍‌ ଏ ପ୍ରସ୍ତାବରେ ମୋହର ମାରିଥିଲା ବେଳେ ଏ ସଂକ୍ରାନ୍ତରେ ସଂଶୋଧନ ବିଲ୍‌ ମଧ୍ୟ ପ୍ରସ୍ତୁତ ସରିଛି । ବିଧାନସଭାର ଗତ ଅଧିବେଶନରେ ସରକାର ଏ ବିଲ୍‌ ଆଗତ କରିବାକୁ ଚାହିଁଥିଲେ । ମାତ୍ର ଗୃହ ଆଗୁଆ ମୁଲତବି ହୋଇଯିବାରୁ ବିଲ୍‌ ଆଗତ ହୋଇପାରିନି । ମାତ୍ର ସବୁ ଦଳର ବିଧାୟକମାନେ ଦରମା ବୃଦ୍ଧି ପାଇଁ ସହମତି ପ୍ରକାଶ କରିଛନ୍ତି । ଆସନ୍ତା ବଜେଟ୍‌ ଅଧିବେଶନରେ ସରକାର ଏ ସଂଶୋଧନ ବିଲ୍‌ ପାରିତ କରିବେ ବୋଲି ସୂଚନା ମିଳିଛି ।

୩ ତାରିଖରେ ବିଧାନସଭାରେ ଏ ସଂପର୍କରେ ଚର୍ଚ୍ଚା ହୋଇଥିଲା । ସଦସ୍ୟମାନେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ ଯେ, ସମୟ ଅନୁସାରେ ବଜାର ଦରଦାମ ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ଖର୍ଚ୍ଚ ଏବେ ବଢ଼ି ଚାଲିଛି । ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି କରାଯାଉ । ବିଧାୟକମାନଙ୍କର ଦରମା ମଧ୍ୟ ବଢ଼ୁ । ବିଧାୟକମାନଙ୍କ ଦରମା କ୍ଷେତ୍ରରେ ଓଡ଼ିଶା ଦେଶରେ ୨୭ ନମ୍ବର ସ୍ଥାନରେ ଅଛି । ଏଥିପାଇଁ ପୂର୍ବରୁ ଏକ କମିଟି ଗଠନ କରାଯାଇଥିଲା । ଏ କମିଟି ବିଧାୟକମାନଙ୍କ ଦରମା ଅଢ଼େଇ ଲକ୍ଷ ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ୭୦ ହଜାର କରିବାକୁ ପୂର୍ବରୁ ସୁପାରିସ କରିଛି । ଏହାକୁ ଲାଗୁ କରାଯାଉ । ବିଧାୟକଙ୍କ ହାତପାଣ୍ଠି ମଧ୍ୟ ୫ କୋଟିକୁ ବୃଦ୍ଧି କରିବାକୁ ସଦସ୍ୟମାନେ ଦଳମତ ନିର୍ବିଶେଷରେ ଦାବି କରିଥିଲେ ।

ବାଚସ୍ପତି ବିଧାୟକମାନଙ୍କ ଉଦ୍‌ବେଗକୁ ଦେଖି ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ତାରା ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ, ନିହାର ମହାନନ୍ଦ, ପୂର୍ଣ୍ଣ ସେଠୀ ଆଦି ସଦସ୍ୟ ରହିଲେ । କମିଟିର ସୁପାରିଶକୁ ଆଧାର କରି କ୍ୟାବିନେଟ୍‌ ମୋହର ମାରିଲା । ରକେଟ୍‌ ଗତିରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନସନ(ସଂଶୋଧିତ) ବିଲ-୨୦୨୪ ସହ ମନ୍ତ୍ରୀ, ଉପବାଚସ୍ପତି ଓ ବାଚସ୍ପତିଙ୍କ ଦରମା ଓ ଭତ୍ତା(ସଂଶୋଧିତ) ବିଲ୍‌୨୦୨୪ ପ୍ରସ୍ତୁତ ହୋଇଗଲା । ସରକାର ଆଗକୁ ଏ ବିଲ୍‌ ପାରିତ କରି ବିଧାୟକଙ୍କୁ ପ୍ରାୟ ୩ ଗୁଣା ଦରମା ଓ ଭତ୍ତା ଦେବାକୁ ସ୍ଥିର କରିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶାରେ ୨୦୦୩ରେ ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧,୯୫୦ ଟଙ୍କାକୁ ବଢ଼ିଥିଲା । ୨୦୧୧ରେ ଏହା ପୁଣି ୬୦ ହଜାର ଟଙ୍କାକୁ ଓ ୨୦୧୭ରେ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ସେହିପରି ବିଧାୟକମାନଙ୍କ ହାତପାଣ୍ଠି ମଧ୍ୟ ୧ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବଢ଼ି ସାରିଛି ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ