ବଢ଼ିଲା ବାଣିଜ୍ୟିକ ଏଲ୍‌ପିଜି ଦର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୪, ମୁମ୍ବାଇରେ ୧୯୬, ଚେନ୍ନାଇରେ ୨୦୩ ଏବଂ କୋଲକାତାରେ ୨୧୮ ଟଙ୍କା ବୃଦ୍ଧି ପାଇବ। ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଥିଲା।

ଆଜିଠାରୁ ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡର ୧୮୮୪.୫୦ ଟଙ୍କା ପରିବର୍ତ୍ତେ ୨୦୭୮.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ଏହି ସିଲିଣ୍ଡର ୧୯୯୦ ଟଙ୍କା ପରିବର୍ତ୍ତେ ୨୨୦୮ ଟଙ୍କାରେ ଉପଲବ୍ଧ ହେବ। ମୁମ୍ବାଇରେ ଏହା ୧୮୩୫ ଟଙ୍କା ପରିବର୍ତ୍ତେ ୨୦୩୧ ଟଙ୍କାରେ ଉପଲବ୍ଧ ହେବ। ଚେନ୍ନାଇରେ ଏହା ୨୦୪୩.୫୦ ଟଙ୍କା ପରିବର୍ତ୍ତେ ୨୨୪୬.୫୦ ଟଙ୍କାରେ ଉପଲବ୍ଧ ହେବ। ଏହା ବ୍ୟତୀତ ଲକ୍ଷ୍ନୌରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୨୦୧ ଟଙ୍କା, ପାଟନାରେ ୨୩୬୫ ଟଙ୍କା, ଜୟପୁରରେ ୨୦୩୧ ଟଙ୍କା, ବେଙ୍ଗାଲୁରୁରେ ୨୧୬୧ ଟଙ୍କା ଏବଂ ହାଇଦ୍ରାବାଦରେ ୨୩୨୧ ଟଙ୍କା ଏବଂ ଭୁବନେଶ୍ୱରରେ ୧୯ କେଜି ଏଲପିଜି ଦର ୨୧୭୩ ଟଙ୍କାରେ ଉପଲବ୍ଧ ହେବ।

ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟ ଏବଂ ଜୀବିକା ଉଭୟ ଉପରେ ଗଭୀର ପ୍ରଭାବ ପକାଇବ। ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଉଦ୍ଦେଶ୍ୟରେ ସିଲିଣ୍ଡର ଅଧିକ ମହଙ୍ଗା ହେବ। ଯାହା ଲୋକଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ। ବିଶେଷକରି ଛୋଟ ବ୍ୟବସାୟ କ୍ଷତି ସହିବେ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ