ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ମନ୍ଦିର ଭଙ୍ଗାରୁଜାକୁ ତେଜିଲା ବିରୋଧ

ପାରଳାଖେମୁଣ୍ଡି: ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠମନ୍ଦିର ଭଙ୍ଗାରୁଜାକୁ ବିରୋଧ କରାଯାଇଛି। ସର୍ବଭାରତୀୟ ହିନ୍ଦୁ ଜାଗରଣ ମଞ୍ଚର ଆହ୍ବାନରେ ଏକ ବିକ୍ଷୋଭ ଶୋଭାଯାତ୍ରା ଶୁକ୍ରବାର ସହର ପରିକ୍ରମା କରିଛି।

ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠମନ୍ଦିର ଭଙ୍ଗାରୁଜା ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ବାଂଲାଦେଶରେ ଥିବା ହିନ୍ଦୁଙ୍କ ଧନ ଜୀବନକୁ ସୁରକ୍ଷା ଦେବା, ହିନ୍ଦୁମାନଙ୍କ ସୁରକ୍ଷା ଲାଗି ଭାରତ ସରକାର ଆନ୍ତର୍ଜାତୀୟସ୍ତରରେ ସ୍ବର ଉତ୍ତୋଳନ କରିବାକୁ ପ୍ରଦତ୍ତ ସ୍ମାରପତ୍ରରେ ଉଲ୍ଲେଖ କରି ସେମାନେ ଦାବି କରିଛନ୍ତି ।

ହିନ୍ଦୁ ସମାଜର ସୁରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଇସକନ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଇ ବନ୍ଦୀ କରି ରଖିଛନ୍ତି। ଭାରତରେ ବାଂଲାଦେଶୀ ରହଙ୍ଗିଆଙ୍କ ଅନୁପ୍ରବେଶରେ ରୋକ ଲଗାଇବା ସହ ଏହି ସମ୍ପ୍ରଦାୟର ଲୋକଙ୍କୁ ଚିହ୍ନଟ କରି ଭାରତରୁ ବିଦା କରାଯାଉ ବୋଲି କର୍ମକର୍ତ୍ତାମାନେ ଦାବି କରିଛନ୍ତି।ନଚେତ ହିନ୍ଦୁ ଧର୍ମର ସନ୍ଥ ଶାସ୍ତ୍ର ବଦଳରେ ଅସ୍ତ୍ର ଧରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ଶୋଭାଯାତ୍ରା ହିନ୍ଦୁ ସୁରକ୍ଷା ମଞ୍ଚ ଆବାହକ ଚରଣ ସେନ ଦାସ, ସଂଯୋଜକ କୈଳାସ ଚନ୍ଦ୍ର ଗୌଡ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ହରିହର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ