
ଭୁବନେଶ୍ୱର: ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ। ଚାଲିଛି ମତଦାନ। ସେପଟେ ବିଜେଡି ବିଧାୟକ ସୌଭିକ ବିଶ୍ୱାଳ କ୍ରସଭୋଟିଂ କରିଥିବା ନିଜେ ଗଣମାଧ୍ୟମ ଆଗରେ ସ୍ୱୀକାର କରିଛନ୍ତି । ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତାହାର ମୁଁ ପ୍ରତିଶୋଧ ନେଇଛି। ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦ ଯାହା ଉପରେ ଅଛି ମୁଁ ତାଙ୍କୁ ଭୋଟ ଦେଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ନିକଟରେ ସତ କହିବାରୁ ମୋ ବାପା ପ୍ରଭାତ ବିଶ୍ୱାଳଙ୍କୁ ବିଜେଡି ବହିଷ୍କାର କରିଥିଲା । ତେବେ ମୋତେ କାହିଁକି ଦଳରୁ ବହିଷ୍କାର କରାଗଲାନି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହ ନବୀନ ନିବାସ ଘଟଣାକୁ ନେଇ ସେ କ୍ରୋଧିତ ବୋଲି ସୌଭିକ ପ୍ରକାଶ କରିଛନ୍ତି ।
ସେହିପରି ସେ କହିଛନ୍ତି ଆଜି ଯେଉଁ ଟ୍ରଷ୍ଟ କଥା ପଦାକୁ ଆସିଛି ସେ ସମ୍ପର୍କରେ ମୋ ବାପା ଆଗରୁ କହିଥିଲେ । ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା, ତାହାର ମୁଁ ପ୍ରତିଶୋଧ ନେଇଛି । ମିଡ ନାଇଟ ଅପରେସନ କଲା କିଏ ଆଉ ଦାଗ କାହାଠି ଲାଗିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।



