ଭୁବନେଶ୍ୱର: ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ବାଲିଯାତ୍ରା ସମ୍ପର୍କରେ ଜ୍ଞାନ ଥିବା ବିଶେଷଜ୍ଞମାନଙ୍କୁ ନେଇ କମିଟି ଗଠନ କରାଯାଇଛି । ନୌବାଣିଜ୍ୟ ଇତିହାସ ଓ ବାଲିଯାତ୍ରା ଉପରେ ତଥ୍ୟ ସଂଗ୍ରହ କରାଯାଉଛି । ଏ ସମ୍ପର୍କରେ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରି ୟୁନେସ୍କୋରେ ଉପସ୍ଥାପନ କରାଯିବ ବୋଲି ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଲିଖିତ ଉତ୍ତର ରଖି ସୂଚନା ଦେଇଛନ୍ତି ।
୧୦ ପର୍ଯ୍ୟନ୍ତ କାଳବୈଶାଖୀ
ଭୁବନେଶ୍ୱର: ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉଚ୍ଚରେ ଆଉ ଏକ…




