ବାଲିଯାତ୍ରା, ରାସ୍ତା ଉପରେ ବସିବେ ନାହିଁ ବୁଲା ବିକାଳୀ: ହାଇକୋର୍ଟ

କଟକ: ଦୂର ହେଲା ବାଲିଯାତ୍ରା ଦ୍ବନ୍ଦ୍ବ । ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନକୁ ନେଇ ଯେଉଁ ଦ୍ୱନ୍ଦ୍ବ ଉପୁଜିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଫଳରେ ଅନେକ ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ବାଲିଯାତ୍ରା ସମୟରେ ଯେପରି ଭିଡ଼ ନଉପୁଜେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାଲିଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ସଙ୍ଗମ ସାହୁ ଓ ଜଷ୍ଟିସ ଭି ନରସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି ।ବାଲିଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଛୋଟ ଛୋଟ ବ୍ୟବସାୟୀମାନେ ଆସିଥାନ୍ତି। ସିଏମସି ଏବଂ ପ୍ରଶାସନ ସେମାନଙ୍କ ଠାରୁ ୟୁଜର୍ସ ଫି ନେଇ ସେମାନଙ୍କୁ ରାସ୍ତା କଡରେ ବ୍ୟବସାୟ କରିବାକୁ ଅନୁମତି ଦେଇଥାଏ । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାଏ। ଏହାକୁ କୋର୍ଟ ଗୁରୁତ୍ୱର ସହ ନେଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କ୍ୟାଣ୍ଟେନମେଣ୍ଟ ରୋଡ଼ ନିକଟରେ ଯେପରି କୌଣସି ବୁଲା ବ୍ୟବସୟୀ ନ ବସନ୍ତି ସେଥିପାଇଁ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ମାମଲାର ଶୁଣାଣି ସମୟରେ କଟକ ଜିଲ୍ଲାପାଳ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇଥିଲେ । ଏହାସହ କଟକ ଡିସିପି,ସିଏମସି କମିଶନରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ହୋଇଥିଲେ । ବାଲିଯାତ୍ରା ସମୟରେ ପ୍ରବଳ ଭିଡ଼ ହୋଇଥାଏ । ତାହାକୁ କିପରି ନିୟନ୍ତ୍ରଣ କରାଯିବ ବୋଲି ଡିସିପିଙ୍କୁ ପ୍ରଶ୍ନ କରିଥଲେ କୋର୍ଟ । ବିଶେଷକରି ଯୋବ୍ରା ପଟୁ ବାଲିଯାତ୍ରା ପଡିଆ ଆସୁଥିବା ଗାଡି ଗୁଡିକ ପାଇଁ କେମିତି ଓ କେଉଁ କେଉଁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ସେନେଇ କୋର୍ଟ ପ୍ରଶ୍ନ କରିଥିଲେ । ଜଣେ ଚାଳକ ଯୋବ୍ରା ପଟରୁ ବାଲିଯାତ୍ରା ଆସିଲେ ୨ ରୁ ୩ ଘଣ୍ଟା ସମୟ ଲାଗିଥାଏ । କିପରି ଏହାକୁ ନିୟନ୍ତ୍ରଣ କରାଯିବ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କଟକ ଡିସିପି କହିଥିଲେ, “ମାତାମଠ ଏବଂ ବୋଷ କଲେଜ ସାମ୍ନାରେ ପ୍ରାୟ ୨ ରୁ ୩ ହଜାର ବାଇକ ଗୁଡିକ ପାର୍କିଂ ବ୍ୟବସ୍ଥା କରାଯାଇଛି ।”

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ