ବିଜୁ ପଟ୍ଟନାୟକ କ୍ରୀଡ଼ା : ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ବର, 29।08: ୨୯ ଅଗଷ୍ଟ ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଛନ୍ତି। ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି। ୯ ବର୍ଷରୁ କମ ବୟସ ବର୍ଗରେ ଦୁଇ ଥର ବିଶ୍ୱ ପଦକ ବିଜେତା ଚେସ ଖେଳାଳି ସାତ୍ତ୍ବିକ ସ୍ବାଇଁଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି, ଶ୍ରେଷ୍ଠ ପାରା ଆଥଲେଟ ଭାବେ ଅନ୍ତର୍ଜାତୀୟ ହ୍ବିଲଚେୟାର ଫେନସର ରାଖାଲ କୁମାର ସେଠୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
ସେହିପରି ଜୁଡୋ ପ୍ରଶିକ୍ଷକ ସୁଷମା ନନ୍ଦଙ୍କୁ ଶ୍ରେଷ୍ଠ କୋଚ,ଡାକ୍ତର ସୁଜିତ ଶତପଥୀଙ୍କୁ ଶ୍ରେଷ୍ଠ ବୈଷୟିକ କ୍ରୀଡା ଅଧିକାରୀ, ୧୯୮୧ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ବିଜୟ କୁମାର ଶତପଥୀଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର, କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ଭାବେ ବିମଳ କୁମାର ରାଉଳଙ୍କୁ ସମ୍ମାନିତ କରାଯାଇଛି। ପୁରସ୍କାର ବିଜେତାଙ୍କୁ ଟ୍ରଫି, ମାନପତ୍ର ଏବଂ ଆର୍ଥିକ ରାଶି ପ୍ରଦାନ କରାଯାଇଛି। ଜୀବନବ୍ୟାପୀ ସେବା ପୁରସ୍କାର ପାଇଁ ୪ ଲକ୍ଷ, ଶ୍ରେଷ୍ଠ କ୍ରୀଡାବିତଙ୍କୁ ୩ ଲକ୍ଷ, ଶ୍ରେଷ୍ଠ ପାରା କ୍ରୀଡ଼ାବିତ, ଉଦୀୟମାନ ଖେଳାଳି, ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏଥିସହ ଚିତ୍ତରଞ୍ଜନ ପ୍ରଧାନ ଏବଂ ଜୀବନ କୁମାର ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ