ବିଜୁ ଲିଗାସୀର ବିଜୟ: ଦିଲ୍ଲୀପ ରାୟ

ଭୁବନେଶ୍ୱର: ଜିତିଲେ ଦିଲ୍ଲୀପ ରାୟ । ହାରିଲେ ଡାକ୍ତର ଦତ୍ତେଶ୍ୱର ହୋତା । ରାଜ୍ୟସଭା ନିର୍ବାଚନରେ 4ର୍ଥ ଆସନ ପାଇଁ ଜୋରଦାର ଲଢେଇରେ ବାଜିମାତ କରିଛନ୍ତି ଶିଳ୍ପପତୀ ଦିଲ୍ଲୀପ ରାୟ । ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ମୈଦାନକୁ ଓହ୍ଲାଇ ବିଜେଡି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ତଥା ପ୍ରସିଦ୍ଧ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ହରାଇ ରାଜ୍ୟସଭାକୁ ନିର୍ବାଚନ ହୋଇଛନ୍ତି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ । କଂଗ୍ରେସ ଏବଂ ବିଜେଡି ବିଧାୟକଙ୍କ କ୍ରସ୍ ଭୋଟିଂ ଦିଲ୍ଲୀପ ରାୟଙ୍କୁ ରାଜ୍ୟସଭା ରେସରେ ବିଜୟୀ କରିଛି । ତେବେ ଆଜି ରାଜ୍ୟସଭା ଭୋଟିଂ ସମୟରେ ବିଧାନସଭାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ।ରାଜ୍ୟସଭା ନିର୍ବାଚନରେ 4ର୍ଥ ଆସନରେ ଦିଲ୍ଲୀପ ରାୟ ଓ ଡା. ଦତ୍ତେଶ୍ବର ହୋତାଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଦୁଇ ପ୍ରାର୍ଥୀଙ୍କୁ ୨୩ ଖଣ୍ଡ ଲେଖାଏଁ ଭୋଟ ମିଳିଥିଲା । ତେବେ ଦ୍ବିତୀୟ ପସନ୍ଦର ଭୋଟ ସହାୟତାରେ ଜିତିଛନ୍ତି ଦିଲ୍ଲୀପ ରାୟ ।
ରାଜ୍ୟସଭା ନିର୍ବାଚନ ଫଳାଫଳ ପରେ ବିଜୁ ଲିଗାସୀ ଓ ଭାବାବେଗର ବିଜୟ ହୋଇଛି କହିଛନ୍ତି ଦିଲ୍ଲୀପ ରାୟ । ୨୦୦୨ ନିର୍ବାଚନର ପୁନରାବୃତ୍ତି ହେବ କହିଥିଲି, ହେଲା । ଘୋଡ଼ା ବେପାର ନୁହେଁ, ଭାବାବେଗ ଯୋଗୁଁ ଭୋଟ ଆସିଛି କହିଲେ ଦିଲ୍ଲୀପ । ତେବେ ସୋସିଆଲ ମିଡିଆରେ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀପ । ତାଙ୍କୁ ସମର୍ଥନ କରିଥିବା ବିଧାୟକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀପ ରାୟ ।
ଦିଲ୍ଲୀପ ରାୟ ଓଡିଶା ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ । ଏକ ସମୟରେ ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ନେତାମାନଙ୍କ ମଧ୍ୟରେ ଗଣନୀୟ ଥିଲେ l ରାଜନୀତିରେ ସେ ସମସ୍ତ ଦଳ ସହ ସମ୍ପର୍କ ରଖିପାରୁଥିବା ନେତା ଭାବେ ପରିଚିତ l ଦଳ ଭିତରେ ହେଉ କି ବିପକ୍ଷ ଶିବିରରେ, ପ୍ରାୟ ସମସ୍ତ ରାଜନୈତିକ ଶିବିରରେ ତାଙ୍କର ସଂପର୍କ ଓ ମିତ୍ରତା ରହିଆସିଛି । ଯାହା ପରସ୍ପର ସ୍ୱାର୍ଥ ଓ ରାଜନୈତିକ ସମୀକରଣ ଉପରେ ଆଧାରିତ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହୁଏ lସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଅଞ୍ଚଳରୁ ବହୁଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦିଲୀପ ରାୟ ରାଜ୍ୟରେ ଖାଦ୍ୟ ଓ ନାଗରିକ ଯୋଗାଣ ମନ୍ତ୍ରୀ ଭାବେ କାମ କରିଥିଲେ l କେନ୍ଦ୍ର ସରକାରରେ ସେ କୋଇଲା ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ l ପଶ୍ଚିମ ଓଡିଶାର ଶିଳ୍ପ ଓ ଭିତ୍ତିଭୂମି ଉନ୍ନତି ପ୍ରସଙ୍ଗରେ ସେ ସକ୍ରିୟ ଭୂମିକା ନେଇଆସିଛନ୍ତି lଦିଲୀପ ରାୟ ୨୦୦୨ ରାଜ୍ୟସଭା ନିର୍ବାଚନରେ ସମସ୍ତଙ୍କୁ ଚକିତ କରି ନିର୍ବାଚନ ଜିତିଥିଲେ । ଆଗରୁ ଦିଲୀପ କହିଥିଲେ, ଯଦି ୨୦୦୨ରେ ସେ ୩୦ ଆସନ ଯୋଗାଡ କରି ପାରିଥିଲେ ତେବେ ସେ 2026ରେ ୮ଟି ଭୋଟ୍ କାହିଁକି ଯୋଗାଡ କରି ପାରିବେନି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ