ବିଜେପି ବିଧାୟକ ସନ୍ତୋଷ ଖଟୁଆ ନାରୀ ଜାତିକୁ କ୍ଷମା ମାଗନ୍ତୁ: ବିଜେଡି

ଭୁବନେଶ୍ୱର,: ନୀଳଗିରି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ହାତୀ ଶୀକାର ଓ ହାତୀ ଦାନ୍ତ ଚୋରି ଘଟଣାରେ ସଂପୃକ୍ତି ଅଭିଯୋଗ କରିବାରୁ ବିଜେଡି ନେତ୍ରୀ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ସେ ଦେଇଥିବା କୁତ୍ସିତ ଓ ନିମ୍ନରୁଚିର ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ ତୁରନ୍ତ ସମଗ୍ର ନାରୀ ଜାତି ନିକଟରେ ଶ୍ରୀ ଖଟୁଆ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବନ ବିଭାଗ ଶ୍ରୀ ଖଟୁଆଙ୍କ ଫାର୍ମ ହାଉସରୁ ହାତୀ ଦାନ୍ତ ଚୋରଙ୍କୁ ଧରିବା ବାବଦରେ ଗତକାଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲା ଓ ଶାସକ ଦଳର ବିଧାୟକ ହୋଇଥିବାରୁ ଏଭଳି ସ୍ପର୍ଶକାତର ମାମଲାରେ ସଂପୃକ୍ତି ଥିଲେ ମଧ୍ୟ ବନ ବିଭାଗ ଶ୍ରୀ ଖଟୁଆଙ୍କୁ କାହିଁକି ଗିରଫ କରୁନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀ ଖଟୁଆ, ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅତ୍ୟନ୍ତ ଘୃଣ୍ୟ, କୁତ୍ସିତ, ଅପମାନଜନକ ଓ ନିମ୍ନ ରୁଚିର ଭାଷା ପ୍ରୟୋଗ କରିଛନ୍ତି । ଜଣେ ମହିଳାର ମୁହଁକୁ ଆଧାର କରି ଯଦି ନକାରାତ୍ମକ ଟିପ୍ପଣୀ ଦିଆଯାଏ ତାହା କେବେହେଲେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ବିଜେପି ଦଳରେ ମଧ୍ୟ ମହିଳା ନେତ୍ରୀ ତଥା ନିର୍ବାଚିତ ମହିଳା ପ୍ରତିନିଧି ଅଛନ୍ତି । ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଥିଲେ ଯେ, ଭିନ୍ନ ଚିନ୍ତାଧାରାର ଦଳ କହୁଥିବା ବିଜେପି, ମହିଳାମାନଙ୍କ ପ୍ରତି ଏଭଳି ଭାଷା ପ୍ରୟୋଗ କରିବା ପାଇଁ ତା’ର ବିଧାୟକମାନଙ୍କୁ କ’ଣ ଏଭଳି ତାଲିମ ଦେଇଛି କି?
ଶ୍ରୀମତି ମଲ୍ଲିକ ଆହୁରି କହିଥିଲେ ଯେ, ମହିଳାମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ରାଜନୀତିରେ ସାମିଲ ହେବା ପାଇ ପ୍ରବାଦ ପୁୁରୁଷ ବିଜୁ ବାବୁ ଯେଉଁ ଧାରା ଆରମ୍ଭ କରିଥିଲେ, ସେହି ଧାରାକୁ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଗକୁ ନେଇ ଆତ୍ମସମ୍ମାନର ସହ ମହିଳାମାନେ ସମାଜରେ ଛିଡା ହେବା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ବର୍ତ୍ତମାନ ଯାହା ଜଣାପଡୁଛି ବିଜେପି ସରକାରକୁ ଆସିଲା ପରେ ଚାହୁଁଛି ମହିଳାମାନେ ରାଜନୀତିଙ୍କୁ ନ ଆସନ୍ତୁ । ବିଧାୟକ ଶ୍ରୀ ଖଟୁଆଙ୍କ କୁତ୍ସିତ ମନ୍ତବ୍ୟ ତାଙ୍କ ରୁଗ୍ଣ ମାନସିକତାର ପରିଚୟ ଓ ଏହା ସମଗ୍ର ନାରୀ ଜାତି ପ୍ରତି ଅପମାନ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ବିଜେପି ଦଳ ନାରୀ ଜାତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।

  • Related Posts

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ହେବାକୁଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଜାରି ହେବାପରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ ଅଗଷ୍ଟ ୨୧କୁ ଧାର୍ଯ୍ୟ…

    ନାଟର ଗୋବର୍ଦ୍ଧନ ଅପରାଜିତା

    ବେଗୁନିଆ : ଯାହା ଆଶଙ୍କା କରାଯାଉଥିଲା ସେଇଆ ହିଁ ହେଲା । ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଭିତରେ ତିକ୍ତତା ଆଉ କେଇପାଦ ଆଗକୁ ଯାଇଛି । ପୂର୍ବରୁ ରାଜନୀତିକ ବିରୋଧ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଅଗଷ୍ଟ ପର୍ଯ୍ୟନ୍ତ ୧୪ ବର୍ଷା

    ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

    ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତା: ସାଇ ସ୍ବରୂପଙ୍କୁ ୨ଟି ସ୍ବର୍ଣ୍ଣ

    ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଅଧିକ ଗୁରୁତର