ବିଜେପି ସଂଗଠନକୁ ବଳୁଆ ପାଇଁ କସରତ ଆରମ୍ଭ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ବିଜେପି ସଂଗଠନକୁ ବଳୁଆ ପାଇଁ କସରତ ଆରମ୍ଭ କରିଛି । ଦଳର ଏକାଧିକ ଛାମୁଆ ସଂଗଠନର ନବକଳେବର ହୋଇଛି । ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଟିମ୍ ଗଢ଼ାଯାଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଦଳ ଏବେ ଠାରୁ ତୃଣମୂଳସ୍ତରରେ ପ୍ରସ୍ତୁତି ଆରମ୍ଭ ପାଇଁ ରଣନୀତି କରିଛି ।ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ, ମିଡିଆ ସଂଯୋଜକ, ଆଇଟି ସଂଯୋଜକ, ସାମାଜିକ ଗଣମାଧ୍ୟମ ସଂଯାଜକ, ଏବଂ ସାମାଜିକ ଗଣମାଧ୍ୟମ ସହ ସଂଯାଜକ ନାମ ତାଲିକା ଘୋଷଣା ହୋଇଛି । ୭ ଉପସଭାପତି, ୩ ସାଧାରଣ ସମ୍ପାଦକ, ୮ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ, ଜଣେ ସହ କୋଷାଧ୍ୟକ୍ଷ, ଜଣେ କାର୍ୟ୍ୟାଳୟ ସମ୍ପାଦକ, ଜଣେ ସେଲ ଇନଚାର୍ଜ, ତିନି ଜଣ ମିଡିଆ ସଂଯୋଜକ, ୨ଜଣ ଆଇଟି ସଂଯୋଜକ, ଜଣେ ସାମାଜିକ ଗଣମାଧ୍ୟମ ସଂଯୋଜକ ଓ ୪ଜଣ ସାମାଜିକ ଗଣମାଧ୍ୟମ ସହ ସଂଯୋଜକଙ୍କ ନାଁ ଘୋଷଣା ହୋଇଛି । ୧୯ ବିଭିନ୍ନ ବିଭାଗ(ସେଲ୍) ଦାୟିତ୍ୱରେ ଭିନ୍ନ ଭିନ୍ନ ରାଜ୍ୟ ସଂଯୋଜକଙ୍କୁ ଦାୟିତ୍ୱ ଦିଆଯାଇଛି । ୨୩ ଜଣ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଓ ୨୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ନିଯୁକ୍ତ ହୋଇଛନ୍ତି । ୨୬ ଜିଲ୍ଲା ପାଇଁ ନୂଆ ସଭାପତି ନିଯୁକ୍ତ କରାଯାଇଛି ।ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନେତୃତ୍ୱରେ ନୂଆ ଟିମ୍ କାମ କରିବ । ଆଶୁତୋଷ ସାହୁ, ଟୁଟୁନ ପାତ୍ର, ପ୍ରଶାନ୍ତ ପାଇକରାୟ, ସୁବ୍ରତ ବିଶ୍ୱାଳ, କବିତା କହଁର, ଉମେଶ ଖୋସ୍ଲା ଓ ଆଲୋକ ମହନ୍ତଙ୍କୁ ଯୁବମୋର୍ଚ୍ଚାର ନୂଆ ଉପସଭାପତି ଦାୟିତ୍ୱ ଦିଆଯାଇଛି । ମାନସ ସାହୁ, ରତନ ବଣିକ ଓ ଶକ୍ତିରଞ୍ଜନ ଶତପଥୀ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି ।ସେହିଭଳି ମହିଳା ମୋର୍ଚ୍ଚାର ସଭାପତି ଐଶର୍ୟ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ନୂଆ ଟିମ୍ ଗଢ଼ାଯାଇଛି । ୫ ଉପସଭାନେତ୍ରୀ, ୨ ସାଧାରଣ ସମ୍ପାଦିକା, ୮ ସମ୍ପାଦିକା, ଜଣେ କୋଷାଧ୍ୟକ୍ଷ, ଜଣେ ସହ କୋଷାଧ୍ୟକ୍ଷ, ୨ଜଣ ମିଡିଆ ସଂଯୋଜିକା ଓ ୨ଜଣ ସାମାଜିକ ଗଣମାଧ୍ୟମ ସହ ସଂଯୋଜିକା ନାଁ ଘୋଷଣା ହୋଇଛି । ୧୧ ଜଣ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟାଙ୍କ ମଧ୍ୟ ଘୋଷଣା କରାଯାଇଛି । ବିଧାୟିକା ସଞ୍ଜଳି ମୁର୍ମୁ, ସାବିତ୍ରୀ ରାଉତ, ମୀନା ସରାଫ୍, ଶର୍ମିଷ୍ଠା ଦେଓ ଏବଂ ଅନୁଜ ନନ୍ଦ ବିଶ୍ୱାଳ ମହିଳା ମୋର୍ଚ୍ଚାର ଉପସଭାପତି ନିଯୁକ୍ତ ହୋଇଛନ୍ତି । ଲତିକା ପଟ୍ଟନାୟକ ଓ ପ୍ରବୀଣା ଭଞ୍ଜଦେଓଙ୍କୁ ସାଧାରଣ ସମ୍ପାଦିକା ନିଯୁକ୍ତ ହୋଇଛନ୍ତି ।ସେହିପରି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ଆଜି ଜିଲ୍ଲା ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ୮ ଜଣ ଉପସଭାପତି, ୩ ସାଧାରଣ ସଂପାଦକ, ୮ ସଂପାଦକ, ଜଣେ କୋଷାଧ୍ୟକ୍ଷ, ଜଣେ ମଡିଆ ସଂଯୋଜକ, ଜଣେ ମିଡିଆ ସହସଂଯୋଜକ, ଜଣେ ସାମାଜିକ ଗଣମାଧ୍ୟମ ସଂଯୋଜକ, ଜଣେ ସାମାଜିକ ଗଣମାଧ୍ୟମ ସହ-ସଂଯୋଜକ ଏବଂ ଜଣେ କାର୍ୟ୍ୟାଳୟ ସଂପାଦକଙ୍କ ନାମ ଘୋଷଣା କରାଯାଇଛି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ