
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପରେ ଓଡ଼ିଶା ରାଜନୀତି ଏବେ ଉଠୁଛି ପଡ଼ୁଛି । ଏହାରି ଭିତରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ବିଧାନସଭାରେ ଆମ(ବିଜେପି) ସଂଖ୍ୟା ଏବେ ୯୩ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନରେ ଆମେ ୯୩ଟି ଭୋଟ ପାଇଛୁ । ଆମ ସଂଖ୍ୟା ୮୧ରୁ ବୃଦ୍ଧି ପାଇ ୮୨ ହୋଇଥିଲା । ଏବେ ୯୩ରେ ପହଞ୍ଚିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୮ ବିଧାୟକ ଟ୍ରଷ୍ଟ ହରାଇଲେ, ତେଣୁ ଆମକୁ ଭୋଟ ଦେଲେ ବୋଲି ଶ୍ରୀ ଖଟୁଆ କହିଛନ୍ତି ।



