ବିବାହିତ ପୁରୁଷ ଲିଭ୍-ଇନ୍‌ରେ ରହିବା ଅପରାଧ ନୁହେଁ: କୋର୍ଟ

ନୂଆଦିଲ୍ଲୀ: ବିବାହିତ ପୁରୁଷ ଯଦି କୌଣସି ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ତାଙ୍କ ସହମତିରେ ଲିଭ୍-ଇନ୍‌ରେ ରହିବେ ତେବେ ତାହା ଅପରାଧ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି । ବିଚାରପତି ଜେ.ଜେ ମୁନିର ଓ ବିଚାରପତି ତରୁଣ ସାକ୍ସେନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ନୈତିକତା ଓ ଆଇନ ଭିନ୍ନ ଭିନ୍ନ । ନିଷ୍ପତ୍ତି ନୈତିକତାରେ ନୁହେଁ, ଆଇନ ଅନୁସାରେ ହୋଇଥାଏ ।

ହାଇକୋର୍ଟ ଶାହଜାହାନପୁର ଅଞ୍ଚଳର ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ରାୟ ଶୁଣାଇଛନ୍ତି । ଯେଉଁଠାରେ ଲିଭ୍‌ଇନ୍‌ରେ ରହୁଥିବା ଏକ ଦମ୍ପତି ସେମାନଙ୍କ ପରିବାର ଠାରୁ ମିଳୁଥିବା ଧମକ ଲାଗି ସୁରକ୍ଷା ମାଗିଥିଲେ । କୋର୍ଟ ଉଭୟଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେବା ସହ ସେମାନଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ମହିଳାଙ୍କ ପରିବାରକୁ କୌଣସି ପ୍ରକାର ସମ୍ପର୍କ ରଖିବା କିମ୍ବା କ୍ଷତି ପହଞ୍ଚାଇବାରୁ ଦୂରେଇ ରହିବାକୁ କହିଛନ୍ତି । ହାଇକୋର୍ଟ କହିଛନ୍ତି ଯଦି ଆଇନ ଅନୁସାରେ ଏହା ଅପରାଧ ନୁହେଁ,ତେବେ ସାମାଜିକ ବିଚାର ଓ ନୈତିକତା କୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିପାରିବ ନାହିଁ । ମହିଳା ତାଙ୍କ ପିଟିସନରେ ଦର୍ଶାଇଥିଲେ କି ସେ ସାବାଳିକା ଏବଂ ନିଜ ଇଚ୍ଛାରେ ସମ୍ପୃକ୍ତ ପୁରୁଷଙ୍କ ସହ ଲିଭ୍-ଇନ୍‌ରେ ରହୁଛନ୍ତି । କିନ୍ତୁ ତାଙ୍କ ପରିବାର ସେମାନଙ୍କୁ ଜୀବନରେ ମାରିଦେବାକୁ ଚାହୁଁଛନ୍ତି । ସେମାନେ ଧମକ ମଧ୍ୟ ଦେଉଛନ୍ତି ।

ପୁଲିସର ଭୂମିକା ପରେ ପ୍ରଶ୍ନ ଉଠାଇ କୋର୍ଟ କହିଛନ୍ତି ଯେ ଦୁଇ ସାବାଳକଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ପୁଲିସର ଦାୟିତ୍ୱ । ଦମ୍ପତିଙ୍କୁ ସୁରକ୍ଷା ଯୋଗାଇଦେବା ଶାହଜାହାନପୁର ଏସ୍ପିଙ୍କ ବ୍ୟକ୍ତିଗତ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି । ଯୁବତୀଙ୍କ ମା ଗତ ଜାନୁଆରୀ ୮ରେ ଥାନାରେ ଅଭିଯୋଗ କରିଥିଲେ ଯେ ନେତ୍ରପାଲ ନାମକ ଜଣେ ପୁରୁଷ ଜଣକ ତାଙ୍କ ଝିଅକୁ ଭୁଲାଇ ନେଇଯାଇଛନ୍ତି । ଏଥିରେ କ୍ଷେତ୍ରପାଲ ନାମକ ଅନ୍ୟ ଜଣେ ବ୍ୟକ୍ତି ସହଯୋଗ କରିଛନ୍ତି । ତେଣୁ ଉଭୟଙ୍କ ବିରୋଧରେ ବିଏନ୍‌ଏସ୍‌ର ଧାରା ୮୭ ଅନୁସାରେ ଥାନାରେ ଏଫଆଇଆର ରୁଜୁ ହୋଇଥିଲା । ତେବେ ନେତ୍ରପାଲ ଓ ଯୁବତୀ ଜଣକ ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ।

  • Related Posts

    ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ: ଟ୍ରମ୍ପ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି ଯେ ସେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ । ଯଦିଓ ହର୍ମୁଜ୍ ପ୍ରଣାଳୀ ବନ୍ଦ…

    Continue reading
    ୮୩,୮୬୭ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

    ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅପରାଧ ଶାଖା ପକ୍ଷରୁ ୮୩,୮୬୭ ହ୍ବାଟସ୍‌ଆପ ଆକାଉଣ୍ଟ ଏବଂ ୩୯୬୨ ସ୍କାଇପ୍‌ ଆଇଡିକୁ ବ୍ଲକ୍‌ କରାଯାଇଛି। ଡିଜିଟାଲ ଆରେଷ୍ଟ ଜରିଆରେ ସାଇବର ଅପରାଧୀମାନେ ଦୈନନ୍ଦିନ ସଂଖ୍ୟାଧିକ ଲୋକଙ୍କୁ କୋଟି କୋଟି ଟଙ୍କା ଲୁଟୁଥିବାରୁ ମନ୍ତ୍ରଣାଳୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ