ବିଭିନ୍ନ ଜିଲାରେ କ୍ୟାବିନେଟ୍‌ ବୈଠକ କରାଯିବ :ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ରାଜ୍ୟ ସରକାର ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ଶୁଣାଣି କରୁଛନ୍ତି। ଏହିକ୍ରମେ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଆବଶ୍ୟକ ହେଲେ ବିଭିନ୍ନ ଜିଲାରେ କ୍ୟାବିନେଟ୍‌ ବୈଠକ କରାଯିବ ବୋଲି ଶନିବାର ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ପାରିବାରିକ ପ୍ରେମ ଓ ସମୃଦ୍ଧିର ପ୍ରତୀକ ହେଉଛି ନୂଆଁଖାଇ। ଏହା କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ରହିଛି ତାହା ନୁହେଁ ଏହାକୁ ସମଗ୍ର ରାଜ୍ୟବାସୀଙ୍କ ସହ ଦେଶ ବିଦେଶରେ ମଧ୍ୟ ପାଳନ କରାଯାଉଛି। ସମ୍ବଲପୁରଠାରେ ଶନିବାର ସନ୍ଧ୍ୟାରେ ଆୟୋଜିତ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବକୁ ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆଁଖାଇ ଆମକୁ ଚାଷୀଙ୍କ ପ୍ରତି କୃତଜ୍ଞ କରିଥାଏ। ନୂଆଁଖାଇ ଉତ୍ସବ ଚାଷୀଙ୍କ ପରିଶ୍ରମର ଫଳ ସ୍ବରୂପ। ତେଣୁ ରାଜ୍ୟ ସରକାର ଚାଷୀଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ପ୍ରତିବଦ୍ଧ। ସମ୍ବଲପୁର ହେଉଛି ବୀରଭୂମି। ତେଣୁ ସମ୍ବଲପୁରର ଐତିହାସିକ ସ୍ବାଧୀନତା ସଂଗ୍ରାମୀ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲାର ସ୍ବତନ୍ତ୍ର ବୈଶିଷ୍ଟ୍ୟ ରହିଛି। ଗତ ଏପ୍ରିଲ୍‌ ୨୧ରେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହୋଇଥିଲା। ଏଥିରେ ୯,୩୭୭ଟି ଅଭିଯୋଗ ମିଳିଥିଲା। ସେଥିମଧ୍ୟରୁ ପ୍ରାୟ ୮୮% ତୁରନ୍ତ ସମାଧାନ କରାଯାଇଥିଲା। ଆଗାମୀ ଦିନରେ କେବଳ ଜନଶୁଣାଣି ନୁହେଁ, ବରଂ ଆଗକୁ କ୍ୟାବିନେଟ୍‌ ମିଟିଂ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଭାଜପା ସରକାର ରାଜ୍ୟର ପ୍ରତି ଜିଲାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରି କି ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ୟ୍ୟନ୍ତ ପାରାଦୀପ, ଚୌଦ୍ୱାର, ଢେଙ୍କାନାଳ, ଅନୁଗୋଳ ସହିତ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାକୁ ସଂଯୋଗ କରି ଏକ ସମୃଦ୍ଧ ଶିଳ୍ପ କରିଡର କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ବତନ୍ତ୍ର ପର୍ୟ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ। ଏଥିରେ ହୀରାକୁଦ ଜଳଭଣ୍ଡାର, ସୌନ୍ଦର୍ୟ୍ୟଭରା ଦେବ୍ରିଗଡ଼ ଅଭୟାରଣ୍ୟ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା’ସମଲେଇଙ୍କ ମନ୍ଦିରର ବିକାଶ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ବଲାଙ୍ଗୀର ଜିଲାର ହରିଶଙ୍କର ଓ ବରଗଡ଼ ଜିଲାର ନୃସିଂହନାଥ ପୀଠକୁ ମଧ୍ୟ ସ୍ବତନ୍ତ୍ର ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ବିମାନରେ ଆସି ସମ୍ବଲପୁର ଜମାଦାରପାଲି ବିମାନ ଅବତରଣ କେନ୍ଦ୍ରରେ ଓହ୍ଲାଇଥିଲେ। ସ୍ଥାନୀୟ ସର୍କିଟ ହାଉସକୁ ଯାଇ କିଛି ସମୟ ରହଣି ପରେ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ। ସେଠାରେ ୪ଟା ୫୦ରେ ମା’ସମଲେଶ୍ୱରୀଙ୍କ ଆଳତିରେ ଭାଗ ନେଇ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବରେ ଯୋଗ ଦେବାକୁ ବାହାରିଥିଲେ। ନୂଆଁଖାଇ ଭେଟ୍‌ଘାଟ ଉତ୍ସବରେ ଆୟୋଜକ କମିଟି ସଭାପତି ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅଧ୍ୟକ୍ଷତା କରିଥିଲେ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ