ବିସିସିଆଇ ଚୟନ କମିଟିରେ ସାମିଲ ହେବେ ପ୍ରଜ୍ଞାନ ଓଝା !

ଭୁବନେଶ୍ୱର: ବିସିସିଆଇର ପୁରୁଷ ବରିଷ୍ଠ ଜାତୀୟ ଚୟନ କମିଟିର ଦୁଇ ଜଣ ସଦସ୍ୟଙ୍କ କାର୍ୟ୍ୟକାଳ ଶେଷ ହେବାକୁ ଯାଉଛି । ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ୟ୍ୟକାଳକୁ ଆସନ୍ତା ବର୍ଷ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି । ସେମିତି ଅନ୍ୟ ଦୁଇ ଜଣଙ୍କ ସ୍ଥାନ ପୂରଣ ପାଇଁ ବିସିସିଆଇ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପୂର୍ବତନ ଅନ୍ତର୍ଜାତୀୟ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଦକ୍ଷିଣାଞ୍ଚଳରୁ ଚୟନ ହେବେ । ଯଦି ଏହା ହୁଏ ତେବେ ବିସିସିଆଇର ଚୟନ କମିଟିରେ ଦୁଇ ଜଣ ଓଡ଼ିଆଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ପୂର୍ବତନ ଟେଷ୍ଟ ଓପନର ଶିବସୁନ୍ଦର ଦାସ କେନ୍ଦ୍ରାଞ୍ଚଳରୁ କମିଟିର ସଦସ୍ୟ ରହିଛନ୍ତି ।
ପୁରୁଷ ବରିଷ୍ଠ ଜାତୀୟ ଚୟନ କମିଟିରେ ୨ ଜଣ, ମହିଳାରେ ୪ ଜଣ ସଦସ୍ୟ ଏବଂ ଜୁନିୟର ପୁରୁଷରେ ଜଣେ ସଦସ୍ୟ ପୂରଣ ପାଇଁ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ମାସ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଛି । ୨୦୨୩ ଜାନୁଆରୀ ମାସରୁ ଶିବ ସୁନ୍ଦର ଜାତୀୟ ଚୟନ କମିଟିରେ କେନ୍ଦ୍ରାଞ୍ଚଳରୁ ରହିଛନ୍ତି । ପୂର୍ବତନ ଅଧ୍ୟକ୍ଷ ଚେତନ ଶର୍ମାଙ୍କ ସ୍ଥାନରେ ୨୦୨୩ ଜାନୁଆରୀ ମାସରେ କିଛି ଦିନ ସେ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ । ଏହାପରେ ଅଗରକରଙ୍କୁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା।
ନିୟମ ଅନୁସାରେ, ଅବସର ନେବାର ୫ ବର୍ଷ ପରେ ଜଣେ ଖେଳାଳି ଚୟନ କମିଟିର ସଦସ୍ୟ ହୋଇପାରିବେ । ପ୍ରଜ୍ଞାନ ୨୦୨୦ରୁ ସନ୍ନ୍ୟାସ ନେଇ ଭାଷ୍ୟକାର ଭୂମିକା ନିର୍ବାହ କରୁଛନ୍ତି । ସେ ୨୪ଟି ଟେଷ୍ଟ ଖେଳି ୧୨୪ଟି ୱିକେଟ୍‌ ହାସଲ କରିଥିଲେ । ସେହିପରି ଦିନିକିଆରେ ୧୮ଟି ମ୍ୟାଚ୍‌ ଖେଳି ୨୧ଟି ୱିକେଟ୍‌ ପାଇଥିଲେ ।

  • Related Posts

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନୂଆଦିଲ୍ଲୀ,୨୫/୦୮: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା…

    Continue reading
    ହକି ଚାମ୍ପିୟନସିପ୍‌: ରୌପ୍ୟ ପଦକ ଜିତିଥିବା ଓଡ଼ିଶା ପୁରୁଷ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି କ୍ରୀଡ଼ାମନ୍ତ୍ରୀ

    ଭୁବନେଶ୍ୱର,୨୫/୦୮: ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍‌ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ