
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୂର୍ବ ତଦନ୍ତକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଟାର୍ଗେଟ କରିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଯେ ଅରୁଣ ବୋଥ୍ରା ଡ୍ରାମ କରିଥିଲେ । ଯେହେତୁ ହତ୍ୟା ମାମଲାରେ ବହୁତ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି, ପ୍ରକୃତ ତଦନ୍ତ ହେଲେ ମୁଣ୍ଡ କଟିବ । ସେଥିପାଇଁ ସେମାନେ ତଦନ୍ତ କରୁ ଦିଗହରା କରିଥିଲେ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ଏପରିକି ଗୋଟିଏ ଚିଠିକୁ ଫ୍ଲସ କରି ଦେଖିଲେ କାଗଜ ମିଳିବ କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଅରୁଣ ବୋଥ୍ରା ବେକାର କଥା କହିଥିଲେ । ସ୍ପଷ୍ଟତା ଆଣିବାକୁ ପୁନଃ ତଦନ୍ତ କରାଯାଉଛି । ମୁଁ ଏବେ ବି ଦାବି କରୁଛି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଶ୍ରୀ ମିଶ୍ର କହିଛନ୍ତି ।




