ବ୍ରାଉନ ସୁଗାର ମାଫିଆଙ୍କ ଘରେ ରେଡ, ମିକ୍ସଚର୍ ଡବାରୁ ମିଳିଲା ଟଙ୍କା

ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ହୋଇଥିଲା ରେଡ୍‌। ଆଉ ଚଢଉ ବେଳେ ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା। ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ପାରିନଥିଲା। ତେଣୁ ଟଙ୍କା ଗଣିବା ପାଇଁ ମେସିନ୍‌ ଆଣିବାକୁ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି ପୁଲିସ୍‌। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଏହି ଘଟଣାରେ ଭଦ୍ରକ ପୁଲିସ୍‌ ମହିଳା ବ୍ରାଉନ୍‌ସୁଗର ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଭଦ୍ରକ୍‌ ଟାଉନ ଥାନା ଏଲଖାର ନୟାନଗରରେ ମିର୍ଜାପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନ୍‌ସୁଗର ଚୋରା କାରବାର ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି ବ୍ରାଉନ୍‌ସୁଗର ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ପୁଲିସ୍‌ ଖବର ପାଇଥିଲା। ପରେ ମାଜିଷ୍ଟ୍ରେଟ୍‌ ତଥା ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ଉପସ୍ଥିତିରେ ମହିଳା ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ଚଢ଼ଉ କରିଥିଲା ପୁଲିସ୍‌। ଚଢ଼ଉ ସମୟରେ ତାଙ୍କ ଘରୁ ୫୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା।
ମହିଳା ବ୍ରାଉନ୍‌ସୁଗର ମାଫିଆ ଜଣକ ଭାରି ଚାଲାକ୍‌। ଧରା ପଡ଼ିଯିବା ଭୟରେ ସେ ମୁଢ଼ି ଡବା, ମିକ୍ସଚର ଡବା, ଚାଉଳ ଡବା, ତକିଆ ଖୋଳ, ସପ ଭିତରେ, ରେଜେଇ, ଖଟ ତଳେ ଆଦି ସ୍ଥାନରେ ଟଙ୍କା ଲୁଚାଇ ରଖିଥିଲେ। ପୁଲିସ୍‌ ଟିମ୍‌ ତାଙ୍କ ଘରେ ତନ୍ନତନ୍ନ କରି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଳା ପୁଳା ଟଙ୍କା ପାଇଥିଲା। ଏତେ ଟଙ୍କା ପାଇଲା ଯେ ହାତରେ ଗଣି ପାରିନଥିଲା। ତେଣୁ ମେସିନ୍‌ ସାହାଯ୍ୟରେ ଟଙ୍କା ଗଣୁଛି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଆହୁରି ଟଙ୍କା ମିଳିବ ବୋଲି ପୁଲିସ୍‌ ଅନୁମାନ କରୁଛି।

ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକ ଏସ୍‌ପି ମଡକର ସନ୍ଦୀପ ସମ୍ପଦ ସାମିଲ, ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା, ଡିଆଇବି ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ଟାଉନ ଥାନା ଅଧିକାରୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ, ପୁରୁଣା ବଜାର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି। ତେବେ ମହିଳା ଜଣକ କେଉଁଠାରୁ ବ୍ରାଉନ୍‌ସୁଗର ଆଣି ବେପାର କରୁଥିଲେ, ତାହା ଜଣାପନି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

  • Related Posts

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାନେଇ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିବା ୩ଟି ଅତ୍ୟାଧୁନିକ…

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ରାଉରକେଲା: ଆଇିଇଡ଼ି ବିସ୍ଫୋରଣରେ ରେଳୱେ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ସହୟତା ଘୋଷଣା ହୋଇଛି । ସିଏମ୍‌ଆରଏଫ୍‌ରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାର୍ୟ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ପରିବାରକୁ ଆର୍ଥିକ ସହାୟତା…

    Leave a Reply

    Your email address will not be published. Required fields are marked *

    You Missed

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    କେନାଲକୁ ଖସିଲା କାର୍:୧୧ ମୃତ

    କେନାଲକୁ ଖସିଲା କାର୍:୧୧ ମୃତ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ