ଭବ୍ୟ ଆୟୋଜନ : ପାନ୍ଥ ନିବାସରେ ପ୍ରସ୍ତୁତ ହେବ ୮୫୦ କିଲୋର ପଖାଳ

ଭୁବନେଶ୍ଵର : ପଖାଳ ପର୍ବ ଉପଲକ୍ଷେ ପାନ୍ଥ ନିବାସରେ କରାଯାଇଛି ଭବ୍ୟ ଆୟୋଜନ । ପ୍ରଥମ ଥର ପାଇଁ ଗୋଟିଏ ପାତ୍ରରେ ୮୦୦-୮୫୦ କିଲୋର ପଖାଳ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ପାଇଁ ଚେଷ୍ଟା କରାଯିବ । ଏଥିସହ ଆମିଷ ଓ ନିରାମିଷର ୩୬୫ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ହେବ । ପର୍ୟ୍ୟଟନ ବିଭାଗ ପକ୍ଷରୁ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ କରାଯାଉଛି । ଶେଫ୍‌ ଅବିନାଶ ଏହାର ନେତୃତ୍ୱ ନେବେ।

ଏହାବ୍ୟତୀତ ହାଣ୍ଡି ଚାଉଳ, କଳା ଚାଉଳ, ନାଲି ଚାଉଳ, ପୁସା ଚାଉଳ ଭଳି ୧୫ ପ୍ରକାର ଚାଉଳରୁ ପ୍ରସ୍ତୁତ ପ୍ରାୟ ୩୦ ପ୍ରକାର ପଖାଳ ମଧ୍ୟ ଉପଲବ୍ଧ ରହିବ । ଦହି ପଖାଳ, ଚିପୁଡ଼ା ପଖାଳ, ଲେମ୍ବୁ ପଖାଳ, ଛୁଙ୍କ ପଖାଳ, ବାସି ପଖାଳ ସବୁ ମିଳିବ ଗୋଟିଏ ଜାଗାରେ । କେବଳ ଏତିକି ନୁହେଁ, ଓଡ଼ିଆ ପଖାଳରେ ବିଦେଶୀ ଛୁଙ୍କ ଦେଇ ଏକ ଅନ୍ତର୍ଜାତୀୟ ସ୍ତରର ପଖାଳ ମଧ୍ୟ ପରସାଯିବ । ଲେମନ୍‌ଟ୍ରି ପଖାଳ, ଆସାମଓଡ଼ିଶା ପଖାଳ, ମିଣ୍ଟୋ ଫ୍ରେସ୍‌ ପଖାଳ, ଅରେଞ୍ଜ-ମାଣ୍ଡାରିନ୍‌ ପଖାଳ ଭଳି କି ଭଳି ଫ୍ୟୁଜନ୍‌ ଷ୍ଟାଇଲ୍‌ ପଖାଳ ଉପଲବ୍ଧ ହେବ । ୪ଟି ହୋଟେଲ ଲାଇଭ୍‌ କାଉଣ୍ଟର୍‌ରେ ଖାଦ୍ୟ ପରସିବେ । ବିଦେଶରେ ଥିବା ଓଡ଼ିଆ ସମାଜ ଆଭାସୀ ମାଧ୍ୟମରେ ଯୋଡ଼ିହେବେ । ସମସ୍ତେ ମିଶି ପାଳିବେ ପଖାଳ ଦିବସ । ‘ରବିନ୍‌ ହୁଡ୍‌ ଆର୍ମି’ ସହ ମିଳିତ ସହଯୋଗରେ ଆୟାଜିତ ଏହି କାର୍ୟ୍ୟକ୍ରମରେ ଖାଦ୍ୟ ନଷ୍ଟ ନ କରିବାର କଠୋର ନୀତି ଅବଲମ୍ବନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ