ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ୟ୍ୟ କଲା ଓସିଏ

ଭୁବନେଶ୍ୱର: ୨୦୨୫ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ୟ୍ୟ କଲା ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ। ଓସିଏ ସମ୍ମିଳନୀ କକ୍ଷରେ  ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ଟିକେଟ ମୂଲ୍ୟ ଧାର୍ୟ୍ୟ କରାଯାଇଛି।

ଗ୍ୟାଲେରୀ ନମ୍ବର ୧ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ୟ୍ୟ କରାଯାଇଥିବା ବେଳେ ୨ ପାଇଁ ୧୦୦୦, ୩ ପାଇଁ ୧୨୦୦, ୪ ପାଇଁ ୧୦୦୦, ୫ ପାଇଁ ୧୫୦୦, ୬ ପାଇଁ ୧୨୦୦ ଓ ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ଟଙ୍କା ଧାର୍ୟ୍ୟ କରାଯାଇଛି।

ସେହିପରି ସ୍ପେଶାଲ ଏନ୍‌କ୍ଲୋଜର ପାଇଁ ଟିକେଟର ମୂଲ୍ୟ ୭୦୦୦ ଟଙ୍କା ରହିଥିବା ବେଳେ ଏସି ଗ୍ୟାଲେରୀ ବକ୍ସ ପାଇଁ ୯୦୦୦ ଟଙ୍କା, କର୍ପୋରେଟ ବକ୍ସ ପାଇଁ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ଟିକେଟର ଦାମ ୧୦ ହଜାର ଟଙ୍କା ଧାର୍ୟ୍ୟ କରାଯାଇଛି।ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି ବୋଲି ଓସିଏ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

  • Related Posts

    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading
    ମୁଖ୍ୟ ପ୍ରାୟୋଜକ ପାଇଁ ବିସିସିଆଇ ବିଡ ଆହ୍ବାନ

    ମୁମ୍ବାଇ,03/09:ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରାୟୋଜକ ହେବାକୁ ଚାହୁଁଥିବା ସଂସ୍ଥାଗୁଡ଼ିକ ଠାରୁ ଦରଖାସ୍ତ ଆହ୍ୱାନ କରିଛି ବିସିସିଆଇ। ‘ଡ୍ରିମ୍ ଇଲେଭେନ୍’ ଓହରି ଯିବା ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକ ଲାଗି ବିସିସିଆଇ ମଙ୍ଗଳବାର ସାନି ବିଡ୍ ଆହ୍ବାନ କରିଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ