ଭାରତ ନିଜର ରାଷ୍ଟ୍ରୀୟ ସ୍ୱାର୍ଥ ସହ କେବେ ବି ସାଲିସ୍ କରିବ ନାହିଁ:ରାଜନାଥ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର କହିଛନ୍ତି ଯେ , ଡିଫେନ୍ସ ସେକ୍ଟରରେ ଭାରତ ପାଇଁ ଆତ୍ମନିର୍ଭର ହେବା ଖୁବ୍‌ ଆବଶ୍ୟକ ଏବଂ ଏଥିପାଇଁ ଦେଶ କୌଣସି ବିଦେଶୀ ସପ୍ଲାଇ ଉପରେ ନିର୍ଭରଶୀଳ ରହି ପାରିବ ନାହିଁ। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତୀୟ ଆମଦାନୀ ଉପରେ ଲଗାଯାଇ ଥିବା ୫୦ ପ୍ରତିଶତ ଶୁଳ୍କର ଉଲ୍ଲେଖ କରି ସିଂହ କହିଛନ୍ତି ଯେ, କେହି ସ୍ଥାୟୀ ବନ୍ଧୁ ବା ଶତ୍ରୁ ନାହାନ୍ତି। ସେ କହିଛନ୍ତି , କେହି ସ୍ଥାୟୀ ବନ୍ଧୁ ବା ଶତ୍ରୁ ହୋଇ ନଥାନ୍ତି, କେବଳ ହିତ ସ୍ଥାୟୀ ହୋଇଥାଏ। ବିଶ୍ୱସ୍ତରରେ ଏବେ ବାଣିଜ୍ୟ ପାଇଁ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି। ସେ କହିଛନ୍ତି ଯେ, ବିକଶିତ ଦେଶମାନେ ଖୁବ୍‌ ଜୋରରେ ସଂରକ୍ଷଣବାଣୀ ହେଉଛନ୍ତି, କିନ୍ତୁ ଭାରତ ନିଜର ରାଷ୍ଟ୍ରୀୟ ସ୍ୱାର୍ଥ ସହ କେବେ ବି ସାଲିସ୍ କରିବ ନାହିଁ।

ରାଜନାଥ ସିଂହ କହିଛନ୍ତି ଯେ, ସରକାର ଏୟାର ସୁରକ୍ଷା ପ୍ରଣାଳୀ ସୁଦର୍ଶନ ଚକ୍ର ଅନୁସାରେ, ଆଗାମୀ ୧୦ବର୍ଷରେ ସାରା ଦେଶରେ ସବୁ ପ୍ରମୁଖ ସ୍ଥଳ ଗୁଡ଼ିକୁ ସଂପୂର୍ଣ୍ଣ ରୂପେ ଏୟାର ସୁରକ୍ଷା ଉପଲବ୍ଧ କରାଇବାର ଯୋଜନା କରୁଛନ୍ତି। ଏନଡିଟିଭି ଡିଫେନ୍ସ ସମ୍ମିଳନୀରେ ନିଜର ସମ୍ୱୋଧନରେ ସିଂହ କହିଛନ୍ତି ଯେ, ଏକ ଏମିତି ସୁରକ୍ଷା ପ୍ରଣାଳୀ ପ୍ରସ୍ତୁତ କରାଯାଉଛି, ଯାହା ଶତ୍ରୁର କୌଣସି ବି ହମଲାରୁ ରକ୍ଷା କରିବା ଓ ଏହାର ଜବାବ ଦେବାରେ ସକ୍ଷମ ହେବ। ସେ କହିଛନ୍ତି , ଯେମିତି କି ଆମେ ଅପରେସନ ସିନ୍ଦୂର ବେଳେ ଦେଖିଲୁ ଯେ, ଆଜିର ଲଢେଇ ଗୁଡ଼ିକରେ ସୁରକ୍ଷାର ପ୍ରମୁଖତା ବହୁତ ବଢି ଯାଇଛି। ଏମିତିରେ ସୁଦର୍ଶନ ଚକ୍ର ମିଶନ ଏକ ବଡ଼ ପରିବର୍ତ୍ତନ ଆଣିବାରେ ସାବ୍ୟସ୍ତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସରେ ନିଜ ଭାଷଣରେ ଏହି ଏୟାର ଡିଫେନ୍ସ ପ୍ରୋଜେକ୍ଟର ଘୋଷଣା କରିଥିଲେ। ଏହି ଘୋଷଣା ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କ ପକ୍ଷରୁ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ କୌଣସି ବି ସାମରିକ ସଂଘର୍ଷ ସ୍ଥିତିରେ ଭାରତୀୟ ସଂପତ୍ତି ଗୁଡ଼ିକୁ ଟାର୍ଗେଟ୍‌ କରିବାର ସଙ୍କେତର କିଛି ଦିନ ପରେ ହୋଇଥିଲା। ରାଜନାଥ ସିଂହ କହିଛନ୍ତି ଯେ, ପରିବର୍ତ୍ତନଶୀଳ ବିଶ୍ୱ ସ୍ଥିତି ଏହା ସ୍ପଷ୍ଟ କରି ଦେଇଛି ଯେ, ଏବେ ପ୍ରତିରକ୍ଷା କ୍ଷେତ୍ରରେ ବାହ୍ୟଃ ଦେଶ ଗୁଡ଼ିକ ଉପରେ ନିର୍ଭର ରହିବା କୌଣସି ବିକଳ୍ପ ନାହିଁ। ସେ କହିଛନ୍ତି – ଆଜିର ସ୍ଥିତିରେ ଆତ୍ମନିର୍ଭରଶୀଳକା ଆମର ଅର୍ଥବ୍ୟବସ୍ଥା ଓ ସୁରକ୍ଷା ଉଭୟଙ୍କ ପାଇଁ ଆବଶ୍ୟକ ଅଟେ।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ