ଭିଜିଲାନ୍ସ ପଞ୍ଝାରେ ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି। ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ରେଡ୍‌ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଜୟପୁର ଘରୁ ପ୍ରାୟ ଦେଢ କୋଟି ଟଙ୍କା ଜବତ ହେଲାଣି। କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ଵର ହାଉସିଂ ବୋର୍ଡ କଲୋନୀ ଓ ଭୀମଟାଙ୍ଗୀରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ମାଲକାନଗିରିର ୪ଟି ସ୍ଥାନ ରେଡ୍ କରୁଛି ଭିଜିଲାନ୍ସ ଟିମ। ମାଲକାନଗିରି ଜିଲ୍ଲାର ସରକାରୀ କାର୍ୟ୍ୟାଳୟ ସହ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ , ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ ଡବ୍ଲୁଏମଟି ଅମିଅ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।

  • Related Posts

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ଭଦ୍ରକ: ଥମୁନି ବେଆଇନ୍‌ ଗୋରୁ ଚାଲାଣ । ଭଦ୍ରକରୁ ପୁଣି ଥରେ ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ବାଲୁଅ ଛକ ନିକଟରୁ ଏକ ଗାଡ଼ିକୁ ଜବତ କରାଯାଇଛି। ଖବର…

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ବାଲେଶ୍ୱର: ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା । ଗିରଫ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ, ଶୁଭ୍ରସମ୍ବିତ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ତେବେ ଘଟଣାରେ ଏବେ ଅନ୍ୟମାନଙ୍କ ଉପରେ କ୍ରାଇମବ୍ରାଞ୍ଚର…

    Leave a Reply

    Your email address will not be published. Required fields are marked *

    You Missed

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ୫.୫%ରେ ରେପୋ ଅପରିବର୍ତ୍ତିତ

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ପ୍ରବଳ ବର୍ଷା ସମ୍ଭାବନା,ୟେଲୋ ଓ୍ୱାର୍ଣ୍ଣିଂ ଜାରି

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ନୂଆ ମୋଡ଼ ନେବାରେ ଲାଗିଛି ଆତ୍ମାହୁତି ଘଟଣା

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍

    ଭିଜିଲାନ୍ସ ପଞ୍ଝାରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍