ଭିତରକନିକା,05/12: ଭିତରକନିକା ଜାତୀୟ ଉଦ୍ୟାନର ରାଜନଗର ରେଞ୍ଜ ଅନ୍ତର୍ଗତ ଗହୀରମଥା ବରୁଣେଇ ଫରେଷ୍ଟ୍ ବ୍ଲକ୍ ଅନ୍ତର୍ଗତ ଦୋବନ୍ଧିଠାରେ ଘଞ୍ଚ ଜଙ୍ଗଲର ଗୋଟିଏ ସ୍ଥାନରେ ୫୦ରୁ ଅଧିକ ହରିଣ ଶିଙ୍ଗ ପଡ଼ିଥିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଜାତୀୟ ଉଦ୍ୟାନ ମଧ୍ୟରେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ହରିଣ ଶିଙ୍ଗ କେଉଁଠୁ ଓ କିପରି ଆସିଲା ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗୋଟିଏ ସ୍ଥାନରେ ୫୦ରୁ ଅଧିକ ହରିଣ ଶିଙ୍ଗ ପଡ଼ିଥିବାବେଳେ ଅନ୍ୟ ଏକ ସ୍ଥାନରେ ୧୦ଟି ଶିଙ୍ଗ ବାଡ଼ରେ ଟଙ୍ଗା ହୋଇଥିଲା। ଶିଙ୍ଗ ଗଦା ହୋଇଥିବା ସ୍ଥାନ ନିକଟରେ କିଛି ଜାଲ ଥିଲା। ଏଠାରେ ବେଧଡ଼କ ହରିଣ ଶିକାର ହେଉଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସୁରକ୍ଷା ବଳୟ ଭିତରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ କିପରି ଶିକାର ହେଉଛି ଓ ହରିଣ ଶିଙ୍ଗ ଗଦାହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି। ରାଜନଗର ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫଓ) ଭରଦରାଜ ଗାଓଁଙ୍କର ଏହି ଘଟଣାରେ ରାଜନଗର ରେଞ୍ଜ ଅଫିସରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଚିରାଚରିତ ପ୍ରକ୍ରିୟାରେ ହରିଣ ଶିଙ୍ଗ ଖସିଛି ନା’ ଶିକାର ପରେ ଶିଙ୍ଗ ସଂଗ୍ରହ କରାଯାଇଛି ସେନେଇ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଗାଓଁକର କହିଛନ୍ତି। ଡିଏଫ୍ଓଙ୍କ ରିପୋର୍ଟ ତଲବ ପରେ ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେହୁରା, ଫରେଷ୍ଟର ବିଜୟ କୁମାର ପାତ୍ର ସେଠାରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।
ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ
ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…




