ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

ଭୁବନେଶ୍ୱର : ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ଆକାଶଛୁଆଁ ହୋଇଯାଇଛି । ପୂର୍ବରୁ ବାଇକ୍‌ ପିଛା ଫି’ ଥିଲା ୧୨ ଟଙ୍କା । ଏବେ ୮ ଗୁଣା ବଢ଼ିକରି ଏହି ଦେୟ ୯୪ ଟଙ୍କା ହୋଇଯାଇଛି । ସାଇକେଲ୍‌ ପାର୍କିଂ ଦର ବି ୫ ଗୁଣା ବଢ଼ିଯାଇଛି । ଏହାକୁ ନେଇ ଯାତ୍ରୀଙ୍କ ଭିତରେ ଅହେତୁକ ଅସନ୍ତୋଷ ଦେଖିବାକୁ ମିଳିଛି । ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ରେଳଷ୍ଟେସନ ପକ୍ଷରୁ ବାଇକ୍‌, ସାଇକେଲ ପାଇଁ ପାର୍କିଂ ସ୍ଥଳ ରହିଛି । ପୂର୍ବତଟ ରେଳବାଇ ପକ୍ଷରୁ ଏହି ପାର୍କିଂ ସ୍ଥଳକୁ ‘ଡି ଆଣ୍ଡ ଏସ୍‌ ଆସୋସିଏଟ୍‌’କୁ ଲିଜ୍‌ ଆକାରରେ ଦିଆଯାଇଛି । ପୂର୍ବରୁ ଏହି ଟେଣ୍ଡର ମା’ ତାରିଣି ସିକ୍ୟୁରିଟି ସର୍ଭିସକୁ ମିଳିଥିଲା । ଯାହାର କଣ୍ଟ ଗତ ୧୨ ତାରିଖରେ ସରିଯାଇଥିଲା । ଟେଣ୍ଡର ନେଇଥିବା ନୂଆ ସଂସ୍ଥା ଏବେ ମନଇଚ୍ଛା ପାର୍କିଂ ଫି’ ଆଦାୟ କରୁଛି । ଯାତ୍ରୀମାନେ ଅତିଷ୍ଠ ହୋଇପଡି଼ଲେଣି।

ଖାଲି ବାଇକ୍‌ କି ସାଇକେଲ ପାର୍କିଂ ନୁହେଁ, କାର ପାର୍କିଂ ସ୍ଥଳର ମଧ୍ୟ ଦେୟ ଢ଼େର୍‌ ଅଧିକ । ସେଠାରେ ୨ ଘଣ୍ଟାକୁ ୨୪ ଟଙ୍କା ଆଦାୟ କରାଯାଉଛି । ୨୪ ଘଣ୍ଟା ଯାଏଁ କାର ରଖିଲେ ୭୧ ଟଙ୍କା ଦେୟ ରହୁଛି । ଯଦି କେହି ଗୋଟିଏ ଦିନରୁ ଅଧିକ କାର ରଖୁଛି, ତା’ ହେଲେ ୧୪୨ ଟଙ୍କା ଦେବାକୁ ପଡୁଛି । ଏନେଇ ରେଳବାଇ ପକ୍ଷରୁ କୁହାଯାଇଛି, କର୍ମସିଆଲ ଇନ୍ସପେକ୍ଟର, ଷ୍ଟେସନ ମ୍ୟାନେଜର ଓ ଆକାଉଣ୍ଟ ଅଧିକାରୀଙ୍କ ଦ୍ୱାରା ପାର୍କିଂ ଫି ଧାର୍ୟ୍ୟ କରାଯାଉଛି । ଏକ ସର୍ଭେ କମିଟି ଏହି ଫି ରିପୋର୍ଟକୁ ପ୍ରସ୍ତାବ ଦେବା ପରେ ଡିଆର୍‌ଏମ୍‌ଙ୍କ ଅନୁମତି ଦରକାର । ଯେହେତୁ ଟେଣ୍ଡର ବେଳେ ସବୁଠୁ ଅଧିକ ଟଙ୍କା ଦେଉଥିବା ସଂସ୍ଥାକୁ ପାର୍କିଂ ସ୍ଥଳ ଲିଜ୍‌ରେ ମିଳୁଛି । ପୂର୍ବରୁ ୧୨ ଲକ୍ଷ ଟଙ୍କାରେ ନିଲାମ ମିଳିଯାଉଥିଲା । ଏବେ ଲିଜ୍‌ ନେଇଥିବା ନୂଆ ସଂସ୍ଥା ୪୫ ଲକ୍ଷ ଟଙ୍କାରେ ନିଲାମ ନେଇଛି ।

  • Garvita Odia

    Related Posts

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଭୁବନେଶ୍ୱର: ଗୋପାଳପୁରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଅପରାଧୀମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଘଟଣାର ଦୃଢ ନିନ୍ଦା କରି, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୁଦ୍ଧରେ…

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ

    ଆନନ୍ଦପୁର: ରୋଗୀ ନେଇ ଯାଉଥିଲା । କିନ୍ତୁ ଡାକ୍ତରଖାନାରେ ପହଞ୍ଚି ପାରିଲାନି । ଅଧା ରାସ୍ତାରେ ଓଲଟି ପଡିଲା ଆମ୍ବୁଲାନ୍ସ । ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିଲା ୧୦୮ ଆମ୍ବୁଲାନ୍ସ । କେନ୍ଦୁଝର…

    Leave a Reply

    Your email address will not be published. Required fields are marked *

    You Missed

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଗୋପାଳପୁର ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ଆମେ ମଧ୍ୟସ୍ଥତା ଗ୍ରହଣ କରିନାହୁଁ, ନା ଗ୍ରହଣ କରିବୁ: ପ୍ରଧାନମନ୍ତ୍ରୀ

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ତୀବ୍ର ହେଉଛି ଇରାନ-ଇସ୍ରାଏଲ ଉତ୍ତେଜନା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଭୁବନେଶ୍ୱର ରେଳଷ୍ଟେସନରେ ପାର୍କିଂ ଫି’ ,ବଢ଼ିଗଲା ୮ ଗୁଣା

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ଜି ୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ

    ରୋଗୀ ନେଇ ଯାଉଥିଲା ,ଓଲଟିଲା ୧୦୮ ଆମ୍ବୁଲାନ୍ସ