ଭୃଷଙ୍ଗ ପତ୍ର ଖାଇବାର ସ୍ୱାସ୍ଥ୍ୟଗତ ଲାଭ : ରୋଗରୁ ମିଳିବ ମୁକ୍ତି

ଭୃଷଙ୍ଗ ପତ୍ରରେ ରହିଛି ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍ , ଭିଟାମିନ୍ –ଏ ଓ ମାଗ୍ନେସିଅମ୍ ଭଳି ନ୍ୟୁଟ୍ରିଏଣ୍ଟସ୍ । ଏହା ଶରୀରକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳୁ ଖାଲି ପେଟରେ ଯଦି ୪ରୁ ୫ ଟି ଭୃଷଙ୍ଗ ପତ୍ର ଚୋବାଇ ଖାଇବା ତେବେ ଶରୀରକୁ କେଉଁ ସବୁ ଲାଭ ମିଳିବ ।

ଭୃଷଙ୍ଗ ପତ୍ର ସେବନ କରିବା ଦ୍ୱାରା ନାଇଟ୍ ବ୍ଲାଇଣ୍ଡନେସ୍ ବା ଅନ୍ଧାରକଣା ପରି ସମସ୍ୟା ଦୂରେଇ ଯାଏ । କାରଣ ଏଥିରେ ଜରୁରୀ ପୋଷକ ତତ୍ତ୍ୱ ଭିଟାମିନ୍ –ଏ ଭରି ରହିଥାଏ । ଯାହା ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ । ମଧୁମେହ ରୋଗୀମାନଙ୍କ ପାଇଁ ଭୃଷଙ୍ଗ ରାମବାଣ ସଦୃଶ ଅଟେ । କାରଣ ଭୃଷଙ୍ଗ ପତ୍ରରେ ହାଇପୋଗ୍ଲିସେମିକ୍ ନାମକ ପ୍ରପର୍ଟିଜ୍ ରହିଛି । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ । ଭୃଷଙ୍ଗ ପତ୍ରରେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଫଙ୍ଗାଲ ଗୁଣ ରହିଛି । ଯାହାକି ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ । ଭୃଷଙ୍ଗ ପତ୍ର ସେବନ ଦ୍ୱାରା ଶରୀରରୁ ଚର୍ବି ହ୍ରାସ ହୋଇଥାଏ । ଯାହାକି ଆମକୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଏଥିଲ ଏସିଟେଟ୍, ମହାନିମ୍ବଇନ୍ ଭଳି ନ୍ୟୁଟ୍ରିଏଣ୍ଟ ରହିଛି ଯାହା ଚର୍ବି ହ୍ରାସ କରିବାରେ ବିଶେଷ ସହାୟକ ହୋଇଥାଏ । ତେବେ ଗୋଟିଏ କଥା ମନେ ରଖନ୍ତୁ ଭୃଷଙ୍ଗ ପତ୍ର ଚୋବାର ତରିକା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପତ୍ରକୁ ଅଧିକରୁ ଅଧିକ ସମୟ ଚୋବଇ ଏହାର ରସକୁ ଢୋକିବାକୁ ଚେଷ୍ଟା କରନ୍ତୁ, ଯାହା ପାଚନ ଶକ୍ତିକୁ ଦୃଢ କରେ ।

Related Posts

ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

ସେମିଳିଗୁଡ଼ା/କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ରମେଶ ବେହେରା ନାମକ ଜଣେ ଶିକ୍ଷକଙ୍କ ୨୦୧୯ରେ ମୃତ୍ୟୁ ଘଟିଥିଲା। ଗୋଷ୍ଠୀ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ଆରଏସିପି, ଏମଏସିପି, ବର୍ଦ୍ଧିତ ଦରମା ଓ ବକେୟା ପ୍ରାପ୍ୟ…

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

Leave a Reply

Your email address will not be published. Required fields are marked *

You Missed

ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍