ଭୃଷଙ୍ଗ ପତ୍ର ଖାଇବାର ସ୍ୱାସ୍ଥ୍ୟଗତ ଲାଭ : ରୋଗରୁ ମିଳିବ ମୁକ୍ତି

ଭୃଷଙ୍ଗ ପତ୍ରରେ ରହିଛି ଫସଫରସ୍, କ୍ୟାଲସିୟମ୍, ଆଇରନ୍, କପର୍ , ଭିଟାମିନ୍ –ଏ ଓ ମାଗ୍ନେସିଅମ୍ ଭଳି ନ୍ୟୁଟ୍ରିଏଣ୍ଟସ୍ । ଏହା ଶରୀରକୁ ବିଭିନ୍ନ ସମସ୍ୟାରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳୁ ଖାଲି ପେଟରେ ଯଦି ୪ରୁ ୫ ଟି ଭୃଷଙ୍ଗ ପତ୍ର ଚୋବାଇ ଖାଇବା ତେବେ ଶରୀରକୁ କେଉଁ ସବୁ ଲାଭ ମିଳିବ ।

ଭୃଷଙ୍ଗ ପତ୍ର ସେବନ କରିବା ଦ୍ୱାରା ନାଇଟ୍ ବ୍ଲାଇଣ୍ଡନେସ୍ ବା ଅନ୍ଧାରକଣା ପରି ସମସ୍ୟା ଦୂରେଇ ଯାଏ । କାରଣ ଏଥିରେ ଜରୁରୀ ପୋଷକ ତତ୍ତ୍ୱ ଭିଟାମିନ୍ –ଏ ଭରି ରହିଥାଏ । ଯାହା ଆଖିର ଦୃଷ୍ଟିଶକ୍ତିକୁ ବୃଦ୍ଧି କରିଥାଏ । ମଧୁମେହ ରୋଗୀମାନଙ୍କ ପାଇଁ ଭୃଷଙ୍ଗ ରାମବାଣ ସଦୃଶ ଅଟେ । କାରଣ ଭୃଷଙ୍ଗ ପତ୍ରରେ ହାଇପୋଗ୍ଲିସେମିକ୍ ନାମକ ପ୍ରପର୍ଟିଜ୍ ରହିଛି । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ । ଭୃଷଙ୍ଗ ପତ୍ରରେ ଆଣ୍ଟିବାୟୋଟିକ୍ ଓ ଆଣ୍ଟିଫଙ୍ଗାଲ ଗୁଣ ରହିଛି । ଯାହାକି ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ । ଭୃଷଙ୍ଗ ପତ୍ର ସେବନ ଦ୍ୱାରା ଶରୀରରୁ ଚର୍ବି ହ୍ରାସ ହୋଇଥାଏ । ଯାହାକି ଆମକୁ ଓଜନ କମାଇବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଏଥିଲ ଏସିଟେଟ୍, ମହାନିମ୍ବଇନ୍ ଭଳି ନ୍ୟୁଟ୍ରିଏଣ୍ଟ ରହିଛି ଯାହା ଚର୍ବି ହ୍ରାସ କରିବାରେ ବିଶେଷ ସହାୟକ ହୋଇଥାଏ । ତେବେ ଗୋଟିଏ କଥା ମନେ ରଖନ୍ତୁ ଭୃଷଙ୍ଗ ପତ୍ର ଚୋବାର ତରିକା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପତ୍ରକୁ ଅଧିକରୁ ଅଧିକ ସମୟ ଚୋବଇ ଏହାର ରସକୁ ଢୋକିବାକୁ ଚେଷ୍ଟା କରନ୍ତୁ, ଯାହା ପାଚନ ଶକ୍ତିକୁ ଦୃଢ କରେ ।

Related Posts

State-wide fire safety mock drill on March 28

Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

Continue reading
Heatwave Worries: Outdoor Activity Banned 11 a.m. to 3 p.m.

Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ