ମଣିପୁର ହିଂସା: ଥାନା ଓ ବିଧାୟକଙ୍କ ବାସଭବନରେ ଜଳାପୋଡା ଘଟଣାରେ ୮ ଗିରଫ

ମଣିପୁରରେ ଜାତିଗତ ବିବାଦ ଏବଂ ହିଂସା ଥମିବାର ନାଁ ଧରୁନି। ରାଜ୍ୟରେ ସାମ୍ପ୍ରତିକ ହିଂସା ମଧ୍ୟରେ ଥାନା ଏବଂ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ ଅଭିଯୋଗରେ ୮ ଜଣଙ୍କୁ ଗିରଫ କରାଯାଇଥିବା ଶନିବାର ଏକ ବିବୃତ୍ତିରେ କହିଛି ପୁଲିସ। ରାଜ୍ୟରେ ଏକାଧିକ ହିଂସାତ୍ମକ ଘଟଣାରେ ଏହି ୮ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ କହିଛି। ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପୁଲିସ ସୂଚନା ଦେଇଛି।
ପୁଲିସର ସୂଚନା ଅନୁସାରେ, ନଭେମ୍ବର ୨୮ (ଗୁରୁବାର) ଦିନ ଇମ୍ଫାଲ ପଶ୍ଚିମ ଜିଲ୍ଲାର ପାଟସୋଇ ଥାନା ଅଞ୍ଚଳର ଚୋଂଗଥମ ଥୋଇଚା (୨୦)ଙ୍କୁ ଗିରଫ କରାଯାଇଛି। ଗତ ନଭେମ୍ବର ୧୬ରେ ହୋଇଥିବା ହିଂସାରେ ନିର୍ବାଚିତ ପ୍ରତିନିଧିଙ୍କ ସମ୍ପତ୍ତି ଜାଳିଦେବା ଅଭିଯୋଗରେ ଥୋଇଚାଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ଏହି ଆକ୍ରମଣ ପରେ ସେହି ଅଞ୍ଚଳରେ ଉତ୍ତେଜନା ବଢ଼ିଥିଲା। ଏହା ବ୍ୟତୀତ ନଭେମ୍ବର ୨୭ରେ, କାକଚିଙ୍ଗ୍ ଥାନା ଏବଂ ଏହାର ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ଏହି ହିଂସାତ୍ମକ ଆକ୍ରମଣ ସ୍ଥାନୀୟ ସମ୍ପ୍ରଦାୟ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ବ୍ୟାପକ ସଂଘର୍ଷର ଏକ ଅଂଶ ବୋଲି ପୁଲିସ କହିଛି।
ପ୍ରକାଶ ଥାଉ, ମଣିପୁରରେ ମେତେଇ ସମ୍ପ୍ରଦାୟ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ବିବାଦ ଆରମ୍ଭ ହେବା ପରଠୁ ରାଜ୍ୟରେ ହିଂସା ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ହେବ ଜାରି ରହିଛି। ଏହି ହିଂସାରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ବାସହୀନ ହୋଇଯାଇଛନ୍ତି। ତେବେ ନଭେମ୍ବର ମାସ ଦ୍ୱତୀୟ ସପ୍ତାହରେ ମେତେଇ ସଂପ୍ରଦାୟର ଗୋଟିଏ ପରିବାରର ୬ ଜଣଙ୍କୁ ଜିରିବାମ ଜିଲ୍ଲାରୁ ଉଗ୍ରବାଦୀମାନେ ଅପହରଣ କରିନେଇଥିଲେ। ପରେ ସେମାନଙ୍କ ମୃତଦେହ ମିଳିଥିଲା। ଯାହାପରେ ରାଜ୍ୟରେ ସ୍ଥିତି ପୁଣି ବେକାବୁ ହେବାରେ ଲାଗିଛି।

  • Related Posts

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲା: ପୂର୍ବତନ ସାଂସଦଙ୍କୁ ଆଜୀବନ ଜେଲ୍‌

    ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ମିଳିଛି ବଡ଼ ଦଣ୍ଡ। ଶୁକ୍ରବାର ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି କୋର୍ଟ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ…

    ଏନକାଉଣ୍ଟର, ଆତଙ୍କୀ ନିପାତ

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ ହୋଇଛି । ଆଉ ୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଦକ୍ଷିଣ କାଶ୍ମୀର କୁଲଗାମ ଜିଲ୍ଲା ଅଖଲ ଜଙ୍ଗଲରେ ଆତଙ୍କବାଦୀଙ୍କ ଉପସ୍ଥିତି…

    Leave a Reply

    Your email address will not be published. Required fields are marked *

    You Missed

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ମୋ ଝିଅର ମୃତ୍ୟୁ ନେଇ ରାଜନୀତି କରନ୍ତୁ ନାହିଁ: ପୀଡ଼ିତାଙ୍କ ବାପା

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ : ଭକ୍ତ

    ସାତଦିନରେ ଦୃର୍ବୁତ୍ତ ଧାରା ନ ପଡ଼ିଲେ ଡିଜିପି ଅଫିସ ଘେରାଉ   : ଭକ୍ତ

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ଏଣିକି ସ୍କୁଲ୍‌ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

    ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଉପମୁଖ୍ୟମନ୍ତ୍ରୀଙ୍କ ଶୋକ

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

    ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ

    ବଳଙ୍ଗା ଘଟଣାରେ ପୁଲିସର ବଡ଼ ସୂଚନା:ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ