ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ରଦ୍ଦ କରାଯିବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ବର : ମୋ’ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ସହରରେ ନିୟମିତ ଦୁର୍ଘଟଣା ଘଟୁଛି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଆଗାମୀ ଦିନରେ କୌଣସି ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଲେ, ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ୟ୍ୟନ୍ତ ରଦ୍ଦ କରାଯିବ। ଏଣିକି ମୋ ବସ୍ କର୍ମଚାରୀଙ୍କୁ ନିୟମିତ ମଦ୍ୟପାନ ଯାଞ୍ଚ କରାଯିବ। ଏଥିସହ ସ୍ବତନ୍ତ୍ର ଡ୍ରାଇଭର ତାଲିମ କାର୍ୟ୍ୟକ୍ରମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ପ୍ରଶିକ୍ଷଣ ଦିଆଯିବ। କାର୍ୟ୍ୟସ୍ଥଳରେ ସ୍ବତନ୍ତ୍ର ମନିଟରିଂ କରାଯିବା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।ବସ୍‌ ଚଳାଚଳ ଏହାବ୍ୟତୀତ ସୁରକ୍ଷା ନିୟମଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଙ୍ଘନ ପାଇଁ ଜଣେ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। କ୍ରୁଟ୍‌ର କାର୍ୟ୍ୟନିର୍ବାହୀ ଦଳ ଦ୍ୱାରା ମଦ୍ୟପାନ ଯାଞ୍ଚ ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଉଭୟ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। ଅପରପକ୍ଷେ କ୍ରୁଟ୍‌ ମହା ପ୍ରବନ୍ଧକ ଏବଂ ପରିଚାଳନା ନିର୍ଦେଶକ ଡ.ଏନ୍‌.ତିରୁମାଲା ନାୟକ ଶୁକ୍ରବାର ବିଭିନ୍ନ ସ୍ଥାନରେ ମୋ’ ବସ୍‌ରେ ଯାତ୍ରା କରି ସ୍ଥିତି ପରଖିଛନ୍ତି। ମୋ’ ବସ୍‌ରେ ମିଳୁଥିବା ସେବା ବିଷୟରେ ଅବଗତ ହେବା ପୂର୍ବକ ବିଭିନ୍ନ ବର୍ଗର ଯାତ୍ରୀ, ଚାଳକ ଓ କଣ୍ଡକ୍ଟରଙ୍କ ସହ କଥା ହୋଇଛନ୍ତି।ଅନ୍ୟ ଜଣେ ଚାଳକ ଏବଂ କଣ୍ଡକ୍ଟର କାର୍ୟ୍ୟ ସମୟରେ ବିଶୃଙ୍ଖଳା କାର୍ୟ୍ୟକଳାପ ପାଇଁ ଦୁଇ ମାସ ପାଇଁ ନିଲମ୍ବନ କରାଯାଇଛି।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ