ଭୁବନେଶ୍ୱର: କମିଶନରେଟ ପୁଲିସ ପକ୍ଷରୁ ବୁଧବାର ହୋଲି ପାଇଁ ଗାଇଡଲାଇନ ଜାରି କରାଯାଇଛି । ତେବେ ମଦ ପିଇ ହୋଲି ଖେଳିଲେ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ଏଥିସହ ଜାରି ଗାଇଡଲାଇନରେ କୁହାଯାଇଛି ଯେ ମଦ୍ୟପାନ କରି କୌଣସି ନଦୀ, ପୋଖରରୀରେ ଗାଧୋଇବା ମନା । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁୟତନ ହୋଇ ରହିବେ । ସବୁ ଗାଧୁଆ ଘାଟରେ ପୁଲିସ ସହ ଅଗ୍ନଶମ କର୍ମଚାରୀ ରହିବେ । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ପିସିଆର ଉଠାଇ ନେବ । କେବଳ ହର୍ବାଲ ରଙ୍ଗକୁ ଅନୁମତି, କେମିକାଲ ରଙ୍ଗକୁ ବାରଣ କରାଯାଇଛି ।
ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ
ଅନୁଗୁଳ: ଜଣେ ୫ ବର୍ଷର ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜରପଡ଼ା ଥାନା ଜେରେଙ୍ଗ ଦେହୁରୀସାହିର ବାବୁଲା ଜେନା(୪୦)କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ମାମଲାର ବିବରଣୀ ଅନୁସାରେ, ଗତବର୍ଷ ମାର୍ଚ୍ଚ ୧୩ ତାରିଖରେ ଅନୁଗୁଳ…




