ମନ୍ତ୍ରୀଙ୍କ କାରକେଡ ଉପରକୁ ଢେ଼ଲାମାଡ଼

ବାରିପଦା: ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମୟୂରଭଂଜ ଗସ୍ତ ‌ଶେଷ ହେଲା ପରେ କାଳବୈଶାଖୀରେ କ୍ଷତିଗ୍ରସ୍ତର ସାମ୍ନା କରିଥିବା ଲୋକମାନେ କାରକେଡ୍‌ରେ ନିୟୋଜିତ ଥିବା ଗାଡ଼ି ଉପରକୁ ଢ଼େଲାମାଡ଼ ସହିତ ଉତ୍ତେଜନା ସୃଷ୍ଟି କରିଛନ୍ତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଅଧୀନ ବାଙ୍ଗିରିପୋଷି ଠାରୁ ବିଶୋଇ ଅଭିମୁଖେ ରଜାସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଯାଇ ଫେରିବା ପରେ ତାଙ୍କ କାରକେଡ୍ ଉପରକୁ ପଥରମାଡ଼ ହୋଇଥିବା ସୂଚନା ମିଳିଛି। ତେବେ ଯେଉଁ ସମୟରେ ଏହି ଉତ୍ତେଜନା ଦେଖାଯାଇଥିଲା, ସେହି ସମୟରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗସ୍ତ ଶେଷ କରିସାରିଥିଲେ।
ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି କାଳବୈଶାଖୀ ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। କ୍ଷୟକ୍ଷତି ଆକଳନ କରି ଫେରିଥିଲେ। ମନ୍ତ୍ରୀ କାରକେଡ୍‌ ମାଧ୍ୟମରେ ହେଲିପେଡରେ ପହଞ୍ଚି ଥିଲେ। ପରେ ସେ ଭୁବନେଶ୍ବର ଯାଇଥିଲେ। ତେବେ ମନ୍ତ୍ରୀଙ୍କ କାରକେଡରେ ଯାଇଥିବା ଗାଡ଼ି ଫେରିବା ସମୟରେ ଢ଼େଲାମାଡ଼ର ଶିକାର ହୋଇଥିଲା। ଏଥିରେ ଜଣେ କନଷ୍ଟେବଳ ଆହତ ହୋଇଥିବା ସୂଚନା ମିଳିଛି। ଢ଼େଲାମାଡ଼ କିଏ ଓ କେଉଁ ଉଦ୍ଦେଶ୍ୟ ରଖି କରିଛି ତାହା ସ୍ପଷ୍ଟ ହୋଇ ନାହିଁ। ଢେଲାମାଡ଼ରେ ଆହତ କନଷ୍ଟେବଳଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି।

  • Related Posts

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାନେଇ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିବା ୩ଟି ଅତ୍ୟାଧୁନିକ…

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ନବରଙ୍ଗପୁର: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଜଘନ୍ୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳରୁ। ରବିବାର ଗାଁ ପାଖ ପଡ଼ିଆ ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଦୁଷ୍କର୍ମ ପରେ…

    Leave a Reply

    Your email address will not be published. Required fields are marked *

    You Missed

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅପରାଧୀଙ୍କୁ ସୁରକ୍ଷା ସହ କ୍ଲିନଚିଟ୍ ଦେବା ରାଜ୍ୟ ସରକାରଙ୍କୁ ମହାଙ୍ଗା ପଡ଼ିବ :- ଅଳକା ଲାମ୍ବା

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଅତ୍ୟାଧୁନିକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା !

    କେନାଲକୁ ଖସିଲା କାର୍:୧୧ ମୃତ

    କେନାଲକୁ ଖସିଲା କାର୍:୧୧ ମୃତ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ

    କାହା ଜୀବନକୁ ନେଇ ରାଜନୀତି କରିବା ଅନୁଚିତ୍‌:ଉପ-ମୁଖ୍ୟମନ୍ତ୍ରୀ