ମହାକୁମ୍ଭ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଆଗାମୀ ମହାକୁମ୍ଭ ମେଳା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର-ତୁଣ୍ଡଲାଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କେନ୍ଦୁଝରଗଡ଼-ବୋକାରୋ-ଗୟା- ପ୍ରୟାଗରାଜ ଦେଇ ଗଡ଼ିବ । ଏହି ଟ୍ରେନ୍‌ ଆସନ୍ତା ଜାନୁୟାରୀ ମାସ ୧, ୮, ୨୨ ତାରିଖ ଓ ଫେବ୍ରୁଆରୀ ୫, ୧୯, ୨୬ ତାରିଖରେ ଭୁବନେଶ୍ୱର ଠାରୁ ମଧ୍ୟାହ୍ନ ସାଢ଼େ ୧୨ଟାରେ ଛାଡ଼ି କେନ୍ଦୁଝରଗଡ଼ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ଏହି ଟ୍ରେନ୍‌ ପ୍ରୟାଗରାଜ ଷ୍ଟେସନଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ ।

ସେହିପରି ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ଭାୟା ଭୁବନେଶ୍ୱରଭଦ୍ରକ-ଗୟା-ପ୍ରୟାଗରାଜ ଦେଇ ଜାନୁଆରୀ ମାସ ୬ ଓ ୨୦ ତାରିଖ ଓ ଫେବ୍ରୁଆରୀ ମାସ ୧୭ ତାରିଖରେ ପୁରୀ ଠାରୁ ମଧ୍ୟାହ୍ନ ସାଢେ ୧୨ଟାରେ ଛାଡ଼ି ଭୁବନେଶ୍ୱର-ଭଦ୍ରକ-ଗୟା- ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍‌ ପ୍ରୟାଗରାଜ ଷ୍ଟେସନଠାରେ ରହିବ । ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୯, ୧୬, ୨୩ ତାରିଖ ଓ ଫେବ୍ରୁୟାରୀ ୬, ୨୦, ୨୭ରେ ଟିଟିଲାଗଡ଼ ଠାରୁ ମଧ୍ୟାହ୍ଣ ସାଢେ୧୨ଟାରେ ଛାଡି ସମ୍ବଲପୁରଝାରସୁଗୁଡା-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ(ଡିଡିୟୁ)-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ । ବିଶାଖାପାଟନମ୍‌-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍‌ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୯, ୧୬, ୨୩ ତାରିଖ ଓ ଫେବ୍ରୁଆରୀ ମାସ ୬, ୨୦, ୨୭ ତାରିଖରେ ବିଶାଖାପାଟନମ୍‌ ଠାରୁ ଅପରାହ୍ନ ୫.୩୫ମି.ରେ ଛାଡି ରାୟଗଡ଼ା-ଟିଟିଲାଗଡ଼-ରାୟପୁରକଟନୀ ମାର୍ଗ ଦେଇ ପ୍ରୟାଗରାଜ ଯିବ ।

ଏଥିସହ ବିଶାଖାପାଟନମ୍‌ଗୋରଖପୁର-ବିଶାଖାପାଟନମ୍‌ ସ୍ୱତନ୍ତ୍ର ଟ୍ରେନ୍‌ ଆସନ୍ତା ୫ ଓ ୧୯ ଏବଂ ଫେବ୍ରୁଆରୀ ୧୬ ତାରିଖରେ ବିଶାଖାପଟନମ୍‌ ଠାରୁ ରାତ୍ରି ୧୦ଘ.୨୦ମି.ରେ ଛାଡ଼ି ଭୁବନେଶ୍ୱର- ଅନୁଗୁଳ-ସମ୍ବଲପୁର ସିଟିଝାରସୁଗୁଡ଼ା ମାର୍ଗ ଦେଇ ପ୍ରୟାଗରାଜ ଷ୍ଟେସନ ଠାରେ ରହିବ । ଏହି ଟ୍ରେନ୍‌ର କାର୍ୟ୍ୟସୂଚୀ, ବୁକିଂ ଏବଂ ଅନ୍ୟାନ୍ୟ ଭ୍ରମଣ ସମ୍ବନ୍ଧୀୟ ସୂଚନା ବିଷୟରେ ଅଧିକ ବିବରଣୀ ପାଇଁ ଯାତ୍ରୀମାନଙ୍କୁ ରେଳବାଇ ୱେବସାଇଟ୍‌ ପରିଦର୍ଶନ କରିବାକୁ କିମ୍ବା ଷ୍ଟେସନ ମାନଙ୍କ ଠାରେ ଉପଲବ୍ଧ ସୂଚନା କେନ୍ଦ୍ର ସହିତ ଯୋଗାଯୋଗ କରିବାକୁ ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ