ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

ଭୁବନେଶ୍ୱର: ମହାନଦୀ ଜଳବିବାଦର ସମାଧାନ ପାଇଁ ଗୁରୁବାର ରାୟପୁରରେ ଗୋଲଟେବୁଲ ବୈଠକ ଅନୁଷ୍ଠିତ ହେବ । ଜଳପୁରୁଷ ରାଜେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା ହେବ । ମହାନଦୀ ସଙ୍କଟ ଏବଂ ଜଳ ବିବାଦ ଉପରେ ଏହି ଆଲୋଚନା ଗୁରୁବାର ଦିନ ୧୧ଟାରୁ ୫ଟା ପର୍ୟ୍ୟନ୍ତ ରାୟପୁରର ମାୟାରାମ ସୁରଜନ ଲୋକାୟନ ହଲ୍‌ରେ ଅନୁଷ୍ଠିତ ହେବ । ଏହି କାର୍ୟ୍ୟକ୍ରମରେ ଯୋଗଦେବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାୟପୁର ଗସ୍ତ କରିଛନ୍ତି । ମହାନଦୀ ଉଭୟ ଓଡ଼ିଶା ଏବଂ ଛତିଶଗଡ ପାଇଁ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ସମୁଦ୍ରରେ ମିଶିବା ପୂର୍ବରୁ ୯୦୦ କିଲୋମିଟର ବ୍ୟାପିଛି । ଏହି ନଦୀ ଭାରତର ଜଳବାୟୁକୁ ସନ୍ତୁଳିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ଉଭୟ ରାଜ୍ୟର ସଂସ୍କୃତି, ସାହିତ୍ୟ, ଅର୍ଥନୀତି, ପରିବେଶ ଏବଂ ସମୃଦ୍ଧତାକୁ ବଜାୟ ରଖିଛି । ତେବେ ମହାନଦୀ ଅବବାହିକା ବର୍ତ୍ତମାନ ସଙ୍କଟର ସମ୍ମୁଖୀନ ହୋଇଛି । ବିଶେଷ କରି ଅଣ ମୌସୁମୀ ସମୟରେ ଜଳ ଉପଲବ୍ଧତା ହ୍ରାସ ପାଇଛି । ବ୍ୟାପକ ଶିଳ୍ପକରଣ ନଦୀର ଇକୋସିଷ୍ଟମ୍‌କୁ କ୍ଷତି ପହଞ୍ଚାଇବା ସହ ସଙ୍କଟ ବଢାଇ ଦେଇଛି । ବର୍ଷ ବର୍ଷ ଧରି ଓଡ଼ିଶା ଏବଂ ଛତିଶଗଡ ମହାନଦୀକୁ ନେଇ ଜଳ ବଣ୍ଟନ ବିବାଦରେ ଲାଗି ରହିଆସିଛି ଯାହାର ସ୍ଥାୟୀ ସମାଧାନ ଖୋଜିବାରେ ସରକାର ଓ କର୍ତ୍ତୃପକ୍ଷଙ୍କୁ ସହାୟତା କରିବା ପାଇଁ ନଦୀ ବିଶେଷଜ୍ଞଙ୍କ ସକ୍ରିୟ ଅଂଶଗ୍ରହଣ ଏକାନ୍ତ ଆବଶ୍ୟକ । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ, ନିକଟରେ ଉଭୟ ରାଜ୍ୟ ସହ କଥାବାର୍ତ୍ତା ଆରମ୍ଭ କରିଛି ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶନାରେ ସରକାର ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ପ୍ରକ୍ରିୟା ଅଗ୍ରଗତି କରିବାକୁ ମହାନଦୀ ସଙ୍କଟ ଏବଂ ଜଳ ବିବାଦ ଉପରେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଏହି ଆଲୋଚନାର ନିଷ୍କର୍ଷ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଟ୍ରିବ୍ୟୁନାଲରେ ଦାଖଲ କରାଯିବ ।

  • Related Posts

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଛତ୍ରପୁର:ସମୁଦ୍ର ନିକଟରେ ଓଲଟିଲା ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ । ଗଞ୍ଜାମ ପୋଡ଼ମପେଟା ସମୁଦ୍ର ନିକଟରେ ଓଲଟିଛି ଡ଼ଙ୍ଗା । ଅଳ୍ପକେ ବର୍ତ୍ତିଛନ୍ତି ମତ୍ସ୍ୟଜୀବୀ । ତେବେ ଏହାସହ ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ଜଣକ ହେଲେ ଛତ୍ରପୁର…

    Continue reading
    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ଦାରିଙ୍ଗବାଡି : ଦୁର୍ଘଟଣାରେ ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର । ବସ ଧକ୍କାରେ ଦୋକାନ ଭିତରକୁ ପଶିଗଲା ରଖା ହୋଇଥିବା କାର । ଦୋକାନରେ ବସିଥିବା ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର । ଘଟଣା ସ୍ଥଳରେ ବ୍ୟବସାୟୀ ମୃତ୍ୟୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର