ଭୁବନେଶ୍ୱର,04/09: ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବ ଶୀଘ୍ର ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଅଣାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରହିଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ ହୋଇସାରିଛି । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର ବହୁତ ତ୍ୱରିତ ଗତିରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। ମହାପ୍ରଭୁଙ୍କର କେତେ ସମ୍ପତ୍ତି ରହିଛି ତାହାର ସଠିକ୍ ଆକଳନ କରାଯିବ । ଏଥିପାଇଁ ଯାହା ପଦକ୍ଷେପ ନିଆଯିବ କଥା ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟିବ , ମେଲୋଡିରେ ହେବନି ଅଶ୍ଳୀଳ ନୃତ୍ୟ
ଭୁବନେଶ୍ବର,04।09: ପୂଜାକୁ ନେଇ ବିଏମସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥର ରାଜଧାନୀରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହା ସହ ପୂଜା ପେଣ୍ଡାଲ ନିକଟରୁ…