ମହିଳାଙ୍କ ସଞ୍ଚୟ ବଢାଇଛି ସୁଭଦ୍ରା

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପ୍ରମୁଖ ମହିଳା ସଶକ୍ତିକରଣ ଯୋଜନା ‘ସୁଭଦ୍ରା’ ପ୍ରଭାବରେ ହିତାଧିକାରୀମାନଙ୍କ ସଞ୍ଚୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ)ର ଗବେଷଣା ଶାଖା ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ‘ସୁଭଦ୍ରା’ ଯୋଜନା ହିତାଧିକାରୀଙ୍କ ସଞ୍ଚୟରେ ୪୫ ପ୍ରତିଶତ ବୃଦ୍ଧି ହୋଇଛି। ହିତାଧିକାରୀ ମାନଙ୍କ ବ୍ୟୟରେ ମଧ୍ୟ ୨୮ ପ୍ରତି ପ୍ରତିଶତର ବୃଦ୍ଧି ହୋଇଛି।ଓଡ଼ିଶାର ପ୍ରମୁଖ ସୁଭଦ୍ରା ଯୋଜନା ଆର୍ଥିକ ସୁରକ୍ଷା ଓ ଅର୍ଥନୈତିକ ଅଂଶଗ୍ରହଣ ବଢ଼ାଇ ଲୋକଙ୍କ ଜୀବନରେ ରୂପାନ୍ତରଣ ଆଣୁଛି। ରିପୋର୍ଟରେ ‘ସୁଭଦ୍ରା’ ହିତାଧିକାରୀ ଓ ଅନ୍ୟ ମହିଳାମାନଙ୍କ ସଞ୍ଚୟ ଓ ବ୍ୟୟ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି। ଯୋଜନାରେ ସାମିଲ ହୋଇ ନ ଥିବା ମହିଳାଙ୍କ ତୁଳନାରେ ସାମିଲ ହୋଇଥିବା ମହିଳାମାନଙ୍କ ସଞ୍ଚୟ ରାଶି ବୃଦ୍ଧି ପାଇଥିବା ଏଥିରେ କୁହାଯାଇଛି। ଯୋଜନାରେ ସାମିଲ ହେବା ପରଠାରୁ ସେମାନଙ୍କ ବ୍ୟାଙ୍କ ଖାତାର ମାସିକ ବାଲାନ୍ସରେ ୪୫ ପ୍ରତିଶତର ବୃଦ୍ଧି ହୋଇଛି।ଅନ୍ୟ ମହିଳାମାନଙ୍କ ତୁଳନାରେ ହିତାଧିକାରୀଙ୍କ ଆର୍ଥିକ ସ୍ଥିତିରେ ହୋଇଥିବା ଗୁଣାତ୍ମକ ଉନ୍ନତିକୁ ଦର୍ଶାଉଛି। ‘ସୁଭଦ୍ରା’ ଯୋଜନାରେ ଥିବା ୪୬ ପ୍ରତିଶତ ହିତାଧିକାରୀଙ୍କ ବୟସ ୩୦ରୁ ୪୪ ବର୍ଷ, ୩୧ ପ୍ରତିଶତଙ୍କ ବୟସ ୪୫ରୁ ୪୯ ବର୍ଷ ଓ ୨୩ ପ୍ରତିଶତ ହିତାଧିକାରୀଙ୍କ ବୟସ ୩୦ ବର୍ଷରୁ କମ୍ ରହିଛି। ‘ସୁଭଦ୍ରା’ ଭଳି ବିନା ସର୍ଭ ଭିତ୍ତକ ନଗଦ ରାଶି ହସ୍ତାନ୍ତର ଯୋଜନା ଏବେ ରାଜ୍ୟଗୁଡ଼ିକର କଲ୍ୟାଣକାରୀ ଯୋଜନାଗୁଡ଼ିକର ହୋଇଛି। ଏଭଳି ଯୋଜନାର ଅର୍ଥନୈତିକ ପ୍ରଭାବ ସୁଦୂର ପ୍ରସାରୀ ରହିଛି। ତାହା ମହିଳାମାନଙ୍କୁ ଆବଶ୍ୟକ ଓ ଜରୁରୀକାଳୀନ ଆର୍ଥିକ ସ୍ବାଧୀନତା ପ୍ରଦାନ କରିଥିବା ରିପୋର୍ଟରେ କୁହାଯାଇଛି। ବିଶେଷ କରି ସମାଜର ତଳ ପାହାଚରେ ରହୁଥିବା ୫୦ ପ୍ରତିଶତ ମହିଳାଙ୍କ ପାଇଁ ଏହି ଯୋଜନା ବିଶେଷ ସହାୟକ ହୋଇପାରିଥିବା ରିପୋର୍ଟରେ ଦର୍ଶାଯାଇଛି।

ଏଭଳି ଯୋଜନାର ମହତ୍ଵ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ତାହା ମହିଳାମାନଙ୍କୁ ଆର୍ଥିକ ସୁରକ୍ଷା,ଅର୍ଥରାଶି ଉପରେ ନିୟନ୍ତ୍ରଣ,ଡିଜିଟାଲ ଅନ୍ତର୍ଭୁକ୍ତିକରଣ ଓ ଲଘୁ ଉଦ୍ୟୋଗ ଗଠନର ସମ୍ଭାବନାକୁ ବଢ଼ାଉଛି। ଫଳରେ ମହିଳାମାନଙ୍କ ସମଗ୍ର ସାମାଜିକ- ଆର୍ଥିକ ସ୍ଥିତିରେ ଉନ୍ନତି ହେଉଛି। ହିତାଧିକାରୀମାନେ ପାଉଥିବା ଟଙ୍କାକୁ ଘର ଚଳାଇବା କାର୍ଯ୍ୟ, ନିଜ ବ୍ୟବସାୟ ଆରମ୍ଭ କରିବା, ଋଣ ଶୁଝିବା ଓ ନିଜ ଦକ୍ଷତା ବଢ଼ାଇବାରେ ଖର୍ଚ୍ଚ କରୁଥିବା ରିପୋର୍ଟରେ କୁହାଯାଇଛି।
ଖୁବଶୀଘ୍ର ଆରମ୍ଭ ହେବ ନୂତନ ସୁଭଦ୍ରା ଆବେଦନ । ଖୋଲିବାକୁ ଯାଉଛି ସୁଭଦ୍ରା ପୋର୍ଟାଲ୍ । ନୂତନ ଆବେଦନ ଲାଗି ସୁଭଦ୍ରା ପୋର୍ଟାଲ ଗୋଟିଏ ମାସ ଖୋଲା ରହିବ । ଏହି ଅବଧିରେ ନୂଆ ଆବେଦନକାରୀ ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ଲାଗି ଆବେଦନ କରିପାରିବେ ।
ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ, ଆସନ୍ତା ଏପ୍ରିଲ ପହିଲାରୁ ସୁଭଦ୍ରା ପୋର୍ଟାଲରେ ନୂଆ ଆବେଦନ ଗ୍ରହଣ କରାଯିବ । ଏପ୍ରିଲ ୩୦ ଏକ ମାସ ପର୍ଯ୍ୟନ୍ତ ‘ସୁଭଦ୍ରା ପୋର୍ଟାଲ’ ମାଧ୍ୟମରେ ନୂତନ ଆବେଦନ ଗ୍ରହଣ ହୋଇପାରିବ ।

  • Related Posts

    ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ

    କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

    Continue reading
    ଶ୍ଵାସରୁଦ୍ଧ ହୋଇ ୨ ମୃତ

    ସମ୍ବଲପୁର: ଆଜି ସକାଳ ପ୍ରାୟ ୯ଟାରେ ବାମରା ବ୍ଲକ କେଶାଇବାହାଲ ଠାରେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟାଙ୍କି ଭିତରକୁ ପଶି ସେଣ୍ଟରିଂ ଖୋଳୁଥିବା ବେଳେ ୪ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଥି ମଧ୍ୟରୁ ୨ ଜଣ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ