‘ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ’

ଭୁବନେଶ୍ୱର: ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ ଭୋଗ। ମା’ ଲକ୍ଷ୍ମୀଙ୍କୁ ମାଣ୍ଡିଆ ପ୍ରସାଦ ଅର୍ପଣ କରି ସମସ୍ତଙ୍କୁ ପରଷିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ମାଣ୍ଡିଆ ଦିବସ ଅବସରରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି   ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ। ମାଣ୍ଡିଆ ଭଳି ପୁଷ୍ଟିଶସ୍ୟକୁ ଖାଇବା ଥାଳିକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ଏହି ସମ୍ମିଳନୀ।
ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସବୁ ଲୋକଙ୍କ ଥାଳିରେ ମାଣ୍ଡିଆ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ। ଏହା ହୋଇପାରିଲେ ସରକାର ତାଙ୍କ ଲକ୍ଷ୍ୟରେ ସଫଳ ହେବେ ବୋଲି ଧରାଯିବ। ରାନ୍ଧଣା ଶୈଳୀ ବଦଳାଇବା ସହ ଅଧିକ ଆଦୃତ କରିବାକୁ ଫୁଡ୍ ବ୍ଲଗରଙ୍କ ସହାୟତା ନିଆଯିବ। ମିଲେଟରେ ସ୍ନାକ୍ସ ବି ତିଆରି ହେଉଛି।

ସେ ଆହୁରି କହିଥିଲେ, ରାଜ୍ୟର ୧୭୭ ବ୍ଲକରେ ମାଣ୍ଡିଆ ଚାଷ ହେଉଛି। ବର୍ତ୍ତମାନ ମିଲେଟ ହବ୍ ପାଇଁ ବାତାବରଣ ସୃଷ୍ଟି ହୋଇଛି। ମାଣ୍ଡିଆ ଉତ୍ପାଦନ ଓ ବିକ୍ରିବଟା ପାଇଁ ସରକାର ଗୁରୁତ୍ଵ ଦେଉଛନ୍ତି। ମାଣ୍ଡିଆର ଚାହିଦା ବୃଦ୍ଧି ସହ ଚାଷୀ କିପରି ଆଗ୍ରହ ପ୍ରକାଶ କରିବ ସେ ନେଇ ଯୋଜନା ହେଉଛି। ଆଗକୁ ରପ୍ତାନି ବ୍ୟବସ୍ଥା ବି କରାଯିବ। ସରକାରୀ କ୍ୟାଣ୍ଟିନ, ସ୍କୁଲ ଓ ଡାକ୍ତରଖାନା କୁ ମାଣ୍ଡିଆ ଯୋଗାଇ ଦେବାକୁ ବ୍ୟବସ୍ଥା ହେବ। ବାଜରା, ଜୱାର ଓ ମାଣ୍ଡିଆ ଆଦୃତ ହୋଇଛି। ମଣ୍ଡିଆରେ ଧାନ ଠାରୁ ୧୦ଗୁଣ ଖାଦ୍ୟ ତନ୍ତୁ ରହିଛି। କ୍ଷୀର ଠାରୁ ୩ ଗୁଣା କ୍ୟାଲସିୟମ ରହିଛି। ଶ୍ରୀଅନ୍ନ ସୁପର ଫୁଡର ମାନ୍ୟତା ପାଇଛି। ଅଧିକ ମାଣ୍ଡିଆ ଚାଷ ଓ ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ୟ୍ୟ କରାଯାଇଛି।

  • Related Posts

    ରେଳ ଧାରଣା ଉପରେ ପଥର: ଟଳିଗଲା ବଡ଼ ଅଘଟଣ

    ରାୟଗଡା: ରେଳ ଧାରଣା ଉପରେ ପଥର। ଅଳ୍ପକେ ଟଳିଗଲା ବଡ଼ ଅଘଟଣ। ରାୟଗଡ଼ା ସହର ନିକଟସ୍ଥ ମଝିଘରିଆଣି ମନ୍ଦିର ପାଖରେ ଟ୍ରାକ୍ ଉପରେ ପଥର ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେବାସହ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଲିଙ୍କ କୋରବା ଏକ୍ସପ୍ରେସ…

    ଦୁର୍ଘଟଣାରେ ଦୁଇ ବୁଲେଟ୍‌ ଆରୋହୀ ମୃତ

    ବୌଦ୍ଧ: ବୁଲେଟ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଦୁଇ ବୁଲେଟ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଗଜରାଜପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣି ଥାନା…

    Leave a Reply

    Your email address will not be published. Required fields are marked *

    You Missed

    ଭାରତ ଉପରେ ଆଜିଠାରୁ କାର୍ୟ୍ୟକାରୀ ହେବ ଟ୍ରମ୍ପ୍‌ ଶୁଳ୍କ

    ଭାରତ ଉପରେ ଆଜିଠାରୁ କାର୍ୟ୍ୟକାରୀ ହେବ ଟ୍ରମ୍ପ୍‌ ଶୁଳ୍କ

    ରେଳ ଧାରଣା ଉପରେ ପଥର: ଟଳିଗଲା ବଡ଼ ଅଘଟଣ

    ରେଳ ଧାରଣା ଉପରେ ପଥର: ଟଳିଗଲା ବଡ଼ ଅଘଟଣ

    ଦୁର୍ଘଟଣାରେ ଦୁଇ ବୁଲେଟ୍‌ ଆରୋହୀ ମୃତ

    ଦୁର୍ଘଟଣାରେ ଦୁଇ ବୁଲେଟ୍‌ ଆରୋହୀ ମୃତ

    ଅପରାହ୍ନ ୩ଟାରେ ଜରୁରୀ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ

    ଅପରାହ୍ନ ୩ଟାରେ ଜରୁରୀ ବୈଠକ ଡ଼ାକିଲେ ମୁଖ୍ୟମନ୍ତ୍ରୀ

    ଭାରତ ଗସ୍ତରେ ଆସିବେ ପୁଟିନ୍

    ଭାରତ ଗସ୍ତରେ ଆସିବେ ପୁଟିନ୍

    ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

    ଏସବୁ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା