ମିଶନ ପାୱାରର ପ୍ରଥମ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଗ୍ରାମ ବା ସହରାଞ୍ଚଳ ନିର୍ବିଶେଷରେ ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ ଏବଂ ସଡ଼କ ହେଉଛି ନାଗରିକଙ୍କ ତିନୋଟି ମୌଳିକ ଆବଶ୍ୟକତା। ଏହି ସମସ୍ୟାଗୁଡ଼ିକର ସମାଧାନ ଏବଂ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମିଶନ ପାୱାର (ବିଜୁଳି, ପାନୀୟଜଳ ଏବଂ ରାସ୍ତାଘାଟ) ନାମକ ଏକ ସମନ୍ୱିତ କାର୍ୟ୍ୟାନ୍ୱୟନ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ୨୦୨୭ ସୁଦ୍ଧାନିତିଦିନିଆ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୋଣ ଏବଂ ନିର୍ଦ୍ଦେଶକୁ ସାକାର କରିବା ପାଇଁ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ ଆୟୁକ୍ତ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

ବୈଠକରେ ଆଲୋଚନା ଅନୁଯାୟୀ, ନିୟମିତ ଭାବରେ କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିବା ପାଇଁ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନଙ୍କ ସହିତ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯିବ। ପଞ୍ଚାୟତୱାରୀ ସ୍ଥିତି ରିପୋର୍ଟ ପାଇଁ ରୋଡମ୍ୟାପ୍ ଏବଂ ସମୟସୀମା ଧାର୍ୟ୍ୟ କରାଯାଇ ନିୟମିତ ଭାବରେ ଜିଲ୍ଲା କଲେକ୍ଟରମାନଙ୍କ ଠାରୁ ସଂଗ୍ରହ କରାଯିବ।

“ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍, ପାନୀୟ ଜଳ ଏବଂ ଶେଷ ମାଇଲ୍ ପର୍ୟ୍ୟନ୍ତ ସଡ଼କ ସଂଯୋଗୀକରଣ ଯୋଗାଇବା ଏହି ମିଶନ୍ ପାୱାରର ଉଦ୍ଦେଶ୍ୟ”। ଏହି ମିଶନ୍ ତିନୋଟି ପରିଭାଷିତ ନୀତି ଯଥା, “ଗତି, ପରିମାଣ ଏବଂ ମାନକ (ଗୁଣବତ୍ତା)” ଉପରେ କାର୍ୟ୍ୟ କରିବ ବୋଲି, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ଏକ ସମନ୍ୱିତ ଆଭିମୁଖ୍ୟ ନେଇ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ୟ୍ୟାନ୍ୱୟନ ଏବଂ ସମାପ୍ତିକୁ ସୁନିଶ୍ଚିତ କରାଯିବ।

ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ମାର୍ଚ୍ଚ ୨୦୨୭ ସୁଦ୍ଧା ପାନୀୟ ଜଳର ସାର୍ବଜନୀନ କଭରେଜ୍ ବା ପ୍ରତ୍ୟେକ ଘରକୁ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସୁସ୍ଥ ଜୀବନ ସୁନିଶ୍ଚିତ କରିବା ପାଇଁ ଫ୍ଲୋରାଇଡ୍ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଫ୍ଲୋରାଇଡ୍ ରିମୁଭର୍ ଯୋଜନା ମଧ୍ୟ ଖୁବଶୀଘ୍ର କାର୍ୟ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଶେଷ ମାଇଲ୍ ସଡ଼କ ସଂଯୋଗୀକରଣ ପାଇଁ, ଜିଲ୍ଲା କଲେକ୍ଟରମାନଙ୍କ ସହାୟତାରେ ସମସ୍ତ ତିନୋଟି ବିଭାଗ ଦ୍ୱାରା ଏକ ସାଚୁରେସନ୍ ଡ୍ରାଇଭ୍ କରାଯିବ। ବାକି ଥିବା ବସତି, ଗ୍ରାମଗୁଡ଼ିକୁ ଛୋଟ କିମ୍ବା ଏକକ ପ୍ରକଳ୍ପ ମାଧ୍ୟମରେ ଯୋଡ଼ାଯାଇ କାର୍ୟ୍ୟାନ୍ଵୟନ କରାଯିବ।

ପ୍ରମୁଖ ଶାସନ ସଚିବ, ଶକ୍ତି ବିଭାଗ ଶ୍ରୀ ବିଶାଳ କୁମାର ଦେବ, ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗାଣ କମିଶନର ତଥା ଶାସନ ସଚିବ ଶ୍ରୀ ଏସଏନ ଗିରିଶ, ନିର୍ଦ୍ଦେଶକ ପାନୀୟ ଜଳ ଓ ପରିମଳ ଶ୍ରୀ ବିନୀତ କୁମାର ଭରଦ୍ୱାଜ, ନିର୍ଦ୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶକ୍ତି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ