
ଭୁବନେଶ୍ବର: ଜିଲ୍ଲା ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି। ଦୁଇ ଦିନରେ ୫ଜିଲ୍ଲା ଗସ୍ତ ପରେ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ। ଅନିଦିଆ ବର୍ଷାରେ ଭଙ୍ଗିପଡିଥିବା ଚାଷୀଙ୍କ ଆତ୍ମବଳକୁ ବଢାଇବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ। ଏହାସହ ସଠିକ ସମୟରେ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି ବିରୋଧୀ ଦଳ ନେତା। ଏହାସହ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମନ୍ୟତା ପ୍ରଦାନ କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ନବୀନ ଲେଖିଛନ୍ତି ଯଦି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ମିଳିଥାନ୍ତା ତେବେ ଚାଷୀ ପାରିବାର ଆଜି ଆଡିସନାଲ ସପୋର୍ଟ ସହ ଯଥାଶୀଘ୍ର କ୍ଷତିପୂରଣ ପାଇପାରିଥାନ୍ତେ, ଏବଂ ସେମାନଙ୍କ ମନୋବଳ ପୁଣି ଥରେ ସବଳ ହୋଇଥାନ୍ତା।



