ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ । ମନ୍ଦିର ନୀତିକାନ୍ତି, ପର୍ବପର୍ବାଣୀ ଶୃଙ୍ଖଳିତ ପାଳନ ଏବଂ ପୁରୀ ସହରର ବିକାଶ ତ୍ୱରାନ୍ୱିତ ସମ୍ପର୍କରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ କରିଥିବାରୁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି ।ଶ୍ରୀମନ୍ଦିରର ପରିଚାଳନା କମିଟିର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି । ପରିଚାଳନା କମିଟିର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ଦିର ନୀତିକାନ୍ତି, ପର୍ବପର୍ବାଣୀ କିପରି ଶୃଙ୍ଖଳିତ ଭାବେ ପାଳିତ ହେବ ଏବଂ ପୁରୀ ସହରର ବିକାଶ କିପରି ତ୍ୱରାନ୍ୱିତ ହେବ, ସେ ସମ୍ପର୍କରେ ଆଲୋଚନା କରିଛନ୍ତି । ମହାପ୍ରଭୁଙ୍କ ସେବା ଓ ମନ୍ଦିର ବିକାଶ କାମରେ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ପରିଚାଳନା କମିଟି ସଦସ୍ୟମାନଙ୍କୁ କହିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ପୁରୀକୁ ଦେଶର ସର୍ବଶ୍ରେଷ୍ଠ ଧର୍ମୀୟ ଓ ପର୍ୟ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭକ୍ତ ଓ ପର୍ୟ୍ୟଟକଙ୍କ ପାଇଁ ପୁରୀ ସହରରେ ଅନେକ ସୁବିଧା ଉପଲବ୍ଧ କରାଯିବ ।” ପରିଚାଳନା କମିଟିର ସଦସ୍ୟ ସୁଆର ମହାସଭା କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଠାଧୀଶ ରଘୁବୀର ଦାସ, ପ୍ରତିହାରୀ ନିଯୋଗର ରାମନାରାୟଣ ଗୋଚ୍ଛିକାର, ପୁଷ୍ପାଳକ ନିଯୋଗର ମଧୁସୂଦନ ସିଂହାରୀ ଏବଂ ଜଗନ୍ନାଥ ପୂଜାପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।ଗତ ୨୬ ତାରିଖରେ ପୁନର୍ଗଠନ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣଙ୍କୁ ନେଇ ଗଠନ ହୋଇଥିଲା କମିଟି । ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକଙ୍କ ପକ୍ଷରୁ ଜାରି ହୋଇଥିଲା ବିଜ୍ଞପ୍ତି । ମୁକ୍ତି ମଣ୍ଡପର ଡ଼. ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଧନ ସିଂହାରୀ, ଜଗନ୍ନାଥ ପୂଜା ପଣ୍ଡା, ଗଣେଶ ଦାସମହାପାତ୍ର, ରାମନାରାୟଣ ଗୋଚ୍ଛିକାର, ମଠ ପ୍ରତିନିଧି ରଘୁବୀର ଦାସମହାପାତ୍ର, ପୂର୍ବତନ ଉଇଏ ଗିରିଶ ମୁର୍ମୁ, ଚାଟାର୍ଡ ଆକାଉଣ୍ଟାଣ୍ଟ ଏ କେ ସାବତ, ମହେଶ କୁମାର ସାହୁଙ୍କୁ ନେଇ ଗଠନ ହୋଇଛି କମିଟି ।

  • Related Posts

    ଘରେ ଫାଟିଲା ଗ୍ୟାସ ଟାଙ୍କି ; ୩ ଆହତ

    ଖଇରା : ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ସାରଡାଙ୍ଗ ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣ ଆହତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନାନୁଯାୟୀ, ମନୋରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ରୋଷେଇ…

    Continue reading
    ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

    କଟକ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। କଟକ ଜିଲ୍ଲା ବଡ଼ମ୍ବା ଥାନା କୁସାପାଳ ଗାଁର ନରେଶ ନାୟକଙ୍କର ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ନରେଇଜାନୀ ନିକଟରେ ଥିବା ଏକ ଫାର୍ମ ହାଉସ ରେ ଗତକାଲି ରାତ୍ରିରେ ହାତୀ ପଶିଥିଲା।ହାତୀ ଘଉଡାଇବାକୁ ଯାଇଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ