ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଖୁବଶୀଘ୍ର ନିର୍ମାଣ ହେବ ଶିଳ୍ପ କରିଡର

ଅନୁଗୋଳ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ‘ରାଜ୍ୟରେ ଖୁବଶୀଘ୍ର ନିର୍ମାଣ ହେବ ଶିଳ୍ପ କରିଡର । ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ି ନିର୍ମାଣ ହେବାକୁ ଥିବା ଏହି ଶିଳ୍ପ କରିଡର ପାଇଁ ଅନୁଗୋଳ ଅର୍ଥନୈତିକ ହବ୍ ହେବ । ଏଥିପାଇଁ ରୋଡ଼ ମ୍ୟାପ ତିଆରି ଚାଲିଛି। ଅନୁଗୋଳ ଜିଲ୍ଲାରେ ଲକ୍ଷେ କୋଟି ଟଙ୍କା ବିନିଯୋଗ କରାଯାଇ ଶିଳ୍ପ ପ୍ରତିଷ୍ଠା ହେବ । ୫୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ।’ ଗତକାଲି (ଶନିବାର) ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା ମହୋତ୍ସଵରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।ପାରାଦ୍ବୀପ ଠାରୁ ଅନୁଗୋଳ ଦେଇ ରାଉରକେଲା ପର୍ଯ୍ୟନ୍ତ ରାଜ୍ୟରେ ଏକ ଶିଳ୍ପ କରିଡର ହେବ । ଏହାର ଅର୍ଥନୈତିକ କେନ୍ଦ୍ର ହେବ ଅନୁଗୋଳ ଜିଲ୍ଲା । ଏଥିପାଇଁ ରୋଡ଼ ମ୍ୟାପ ତିଆରି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଶନିବାର ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା ମହାତ୍ସଵରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିବା ସହ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ସମୃଦ୍ଧ କରାଯାଉଛି । ତାହାର ପ୍ରତିଫଳନ ଦେଖିବାକୁ ମିଳିଛି । ରାଜ୍ୟରେ ୧୭ ଲକ୍ଷ ଲକ୍ଷପତି ଦିଦି ହୋଇପାରିଛନ୍ତି । ଏହା ୧୦ ମାସର ସରକାରର ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନୁଗୋଳ ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୁର । କୋଇଲା ପାଇଁ ଦେଶରେ ଅନୁଗୋଳ ଜିଲ୍ଲା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏଥିପାଇଁ ନାଲକୋ, ଏନଟିପିସି ଭଳି ବୃହତ କାରଖାନା ସ୍ଥାପନ ହୋଇ ପାରିଛି । ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାରେ ଲକ୍ଷେ କୋଟି ଟଙ୍କା ବିନିଯୋଗ କରାଯାଇ ଶିଳ୍ପ ପ୍ରତିଷ୍ଠା ହେବ । ୫୦ ହଜାରରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇବେ । ଏଭଳି ଭାବେ ବିକାଶର ଧାରାକୁ ସରକାର ଆଗକୁ ନେଉଛନ୍ତି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତି ପୀଠକୁ ଦର୍ଶନୀୟ କରାଯିବ । ସେଥିପାଇଁ ଟଙ୍କା ବ୍ୟୟ କରାଯିବ । ଏହା ହିଁ ସେହି ବରପୁତ୍ରଙ୍କ ପ୍ରତି ଆମର ସମ୍ମାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଜିଲ୍ଲାର ୯ଟି ବିଭାଗର ୪୫ଟି ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ୩୫୦ କୋଟି ଟଙ୍କା ବ୍ୟୟରେ ୭୬ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୪୫୦ କୋଟି ଟଙ୍କା ବ୍ୟୟରେ ୮୦ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଅର୍ଥନୈତିକ, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ବିକାଶ ଦୃଷ୍ଟି କୋଣରୁ ଅନୁଗୋଳ ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯାଉଛି । ଲକ୍ଷେ କୋଟି ଟଙ୍କାର ଶିଳ୍ପ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଛି । ଏଥିପାଇଁ MOU ହୋଇଛି । ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଅନgଗୋଳ ଜିଲ୍ଲାକୁ ନିଜର କର୍ମଭୂମି କରିଥିଲେ । ତାଙ୍କ ସ୍ମୃତିପୀଠର ଏଠାରେ ପୁନଃପ୍ରତିଷ୍ଠା କରାଯିବ । ଏହାସହ ବାଜି ରାଉତ ଛାତ୍ରାବାସ ପାଇଁ ଯେଉଁ ଦାବି ଥିଲା, ତାହା ପୂରଣ ହେବ । ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ହେବ ।”

  • Garvita Odia

    Related Posts

    ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ପୂରା ରାଜ୍ୟରେ ପାଗ ବଦଳିବା ଯୋଗୁ ତାତି ତଳମୁହାଁ ହୋଇଛି । କିଛିଟା ଆଶ୍ୱସ୍ତି ମିଳିଛି। ସୋମବାର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ଼,…

    ଭିସୁଟ୍‌ରେ ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

    ଭୁବନେଶ୍ୱର: ଭିସୁଟ୍‌ରେ ୧୦୦ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ । ଏପ୍ରିଲ ୧୦ ତାରିଖରେ ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡି ମୃତ୍ୟୁ ବରଣ କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧୦୦ ଜଣ ଛାତ୍ରଙ୍କ ଉପରେ…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

    ଗଞ୍ଜାମ ପାଇଁ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

    ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ

    ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ

    ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

    ଭିସୁଟ୍‌ରେ ୧୦୦ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

    ଭିସୁଟ୍‌ରେ ୧୦୦  ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

    ବସ୍‌ ଓଲଟି ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର

    ବସ୍‌ ଓଲଟି ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର

    ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

    ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା