ମହିଳାଙ୍କ ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଥିବା ନାରୀ ନିର୍ୟ୍ୟାତନାକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ନାରୀ ନିର୍ୟ୍ୟାତନା ପାଇଁ ଗଠିତ ତଥ୍ୟ ଅନୁଧ୍ୟାନକାରୀ ଦଳ କମିଟି ଅଧ୍ୟକ୍ଷ ନଗେନ୍ଦ୍ର କୁମାର ପ୍ରଧାନ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଗତ ଫେବୃଆରୀ ୨୧ ତାରିଖରୁ ଆଜି ମଧ୍ୟରେ ଶତାଧୂକ ନା ବାଳିକା ମାତୃତ୍ୱ ଲାଭ କରିବା ଏବଂ ନିରୀହ ଶିଶୁମାନେ ଦୁଷ୍କର୍ମ ଓ ହତ୍ୟାର ଶିକାର ହେବା ଆଜି ରାଜ୍ୟରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଅଛି । ମୋହନ ମାଝୀଙ୍କ ୧୦ ମାସର ସରକାରରେ ପ୍ରାୟ ୨ ହଜାରରୁ ଅଧିକ ନାରୀ ନିର୍ୟ୍ୟାତନା ଓ ହତ୍ୟା ମାମଲା ଓଡ଼ିଶାର ବିଭିନ୍ନ ଥାନାରେ ରୁଜୁ ହୋଇଅଛି। ଗତ ୨୫ ତାରିଖରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମପରେ ହତ୍ୟା ଘଟଣା ହେଉ ଅବା ଗତ ମାର୍ଚ୍ଚ ମାସ ଅନୁଗୁଳ ଜିଲ୍ଲାର ଦିସା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଅଞ୍ଚଳର ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟ ଘଟଣା ହେଉ କିମ୍ବା ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ଥାନା ଅଞ୍ଚଳରେ ୭ ବର୍ଷର ଶିଶୁ କନ୍ୟାକୁ ଗଣଦୁଷ୍କର୍ମ ଘଟଣା ହେଉ ଏହା ମୋହନ ମାଝୀ ସରକାରଙ୍କର ଅପାରଗ ପଣିଆକୁ ଦର୍ଶାଉଅଛି । ଗତ ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ୨୧ ଫେବୃଆରୀରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ଜନୈକ ନାବାଳିକା ଛାତ୍ରୀ ବିଦ୍ୟାଳୟର ଛାତ ଉପରେ ସନ୍ତାନ ପ୍ରସବ କରିବା ଘଟଣା ହେଉ କିମ୍ବା ଯାଜପୁର ଜିଲ୍ଲାର ବରି ଥାନା ଅଞ୍ଚଳରେ ମାଟ୍ରିକ ପରୀକ୍ଷାର ଦିତୀୟଦିନ ୨୩ ଫେବୃଆରୀରେ ଜନୈକ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣା ହେଉ ଏହା ସରକାରଙ୍କର ଆଇନକାନୁନ ରକ୍ଷା କରିବାରେ ବିଫଳତାକୁ ପ୍ରମାଣିତ କରୁଅଛି। ସେହିପରି ଗତ ୮ ମାର୍ଚ୍ଚରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଏକ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ହେଉ କିମ୍ବା ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଜନୈକ ନାବାଳିକା ଛାତ୍ରୀ ଶିକ୍ଷକଙ୍କର ର୍ଦୁବ୍ୟବହାରରେ ମାନସିକ ଆଘାତ ପାଇ ଆତ୍ମହତ୍ୟା କରିବା ଘଟଣା ହେଉ ଏହା ପ୍ରମାଣିତ କରୁଅଛି ଯେ ଓଡ଼ିଶାର ଦକ୍ଷିଣ ପ୍ରାନ୍ତରୁ ଉପକୂଳ ପ୍ରାନ୍ତ ନେଇ ପଶ୍ଚିମାଞ୍ଚଳ ପର୍ୟ୍ୟନ୍ତ ମହିଳା ଓ ନାବାଳିକାମାନେ ସୁରକ୍ଷିତ ନୁହନ୍ତି । ଗୋଟିଏ ଧାଡ଼ିରେ କହିଲେ ମୋହନ ମାଝୀ ସରକାର ଗତ ୧୦ ମାସ ମଧ୍ୟରେ ଓଡ଼ିଶାର ମା’ ଓ ଭଉଣୀମାନଙ୍କ ପାଇଁ ଏକ ବିଷବୃକ୍ଷ ସଦୃଶ ପ୍ରତୀୟମାନ ହୋଇଅଛି। ଏଣୁ ଏ ସରକାରରୁ ଅଧୂକା କିଛି ଆଶାନକରି ଓଡ଼ିଶାର ମା’ ଭଉଣୀମାନେ ନିଜର ଆତ୍ମରକ୍ଷା ତଥା ଆମ୍ ମର୍ୟ୍ୟାଦା ନିଜେ ସୁରକ୍ଷିତ ରଖୁବାପାଇଁ ଚେଷ୍ଟା କରିବା ଉଚିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଯେହେତୁ ଓଡ଼ିଶା ପୋଲିସ ଦୁଷ୍କର୍ମକାରୀ ଓ ହତ୍ୟାକାରୀ ମାନଙ୍କ ବିରୁଦ୍ଧରେ କଠୋର ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେଉଛି ଏହାର ସୁଯୋଗ ନେଇ ଅପରାଧୀମାନେ ଏପରି ଘଟଣା ବାରମ୍ବାର କରିବାକୁ ସାହସ କରୁଛନ୍ତି ଏବଂ ଯେପର୍ୟ୍ୟନ୍ତ ରାଜ୍ୟର ପ୍ରତ୍ୟେକଟି ମହିଳାଙ୍କୁ ସୁରକ୍ଷା ନମିଳିଛି ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଲଢ଼େଇ ଜାରି ରଖୁବ ବୋଲି କମିଟିର ସଦସ୍ୟ ଆଡଭୋକେଟ ମାନସ ମଲ୍ଲିକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ଦେବାଶିଷ ନାୟକ, ଅନିମା ମିଞ୍ଜ, ଅମ୍ରିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଆସନ୍ତାକାଲି ବନ୍ଦ : ଜାଣନ୍ତୁ କ’ଣ ବନ୍ଦ ରହିବ ? କ’ଣ ଖୋଲା ରହିବ ?

    ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହିବ । ସରକାରୀ ଓ ବେସରକାରୀ ଅଫିସ୍‌, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ସାଧାରଣ କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପିକେଟିଂ…

    Continue reading
    ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ରେ ସାମିଲ ହେଲେ ସାଂସଦ

    ପ୍ରଧାନମନ୍ତ୍ରୀଙ୍କ “ଡର ଡସକ୍ଷକ୍ଷ ଊକ୍ଟ ଓଗ୍ଧ” ଆତ୍ମବିଶ୍ୱାସ ମନ୍ତ୍ରକୁ ପାଥେୟ କରି ଆଗକୁ ବଢ଼ିବା- ଧର୍ମେନ୍ଦ୍ର ପ୍ରଧାନ • ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଶୁଣିଲେ, ‘ସେବା ଜ୍ୟୋତି ପ୍ରଜ୍ଜ୍ୱଳନ’ କରିବା ସହ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ