ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ରେ ସାମିଲ ହେଲେ ସାଂସଦ

ପ୍ରଧାନମନ୍ତ୍ରୀଙ୍କ “ଡର ଡସକ୍ଷକ୍ଷ ଊକ୍ଟ ଓଗ୍ଧ” ଆତ୍ମବିଶ୍ୱାସ ମନ୍ତ୍ରକୁ ପାଥେୟ କରି ଆଗକୁ ବଢ଼ିବା- ଧର୍ମେନ୍ଦ୍ର ପ୍ରଧାନ

• ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଶୁଣିଲେ, ‘ସେବା ଜ୍ୟୋତି ପ୍ରଜ୍ଜ୍ୱଳନ’ କରିବା ସହ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ହେଲେ ସାମିଲ
• ତୁରଙ୍ଗ ଅଙ୍ଗନଓ୍ୱାଡ଼ି(ଖ) କେନ୍ଦ୍ର ପରିଦର୍ଶନ ସହ ଶିଶୁ ସୁରକ୍ଷା, ମାତୃ କଲ୍ୟାଣ, ସ୍ୱଚ୍ଛତା ଓ ନିଶା ନିବାରଣ ପାଇଁ ଶପଥ ଗ୍ରହଣ
• ମୋଦୀଜୀ ଜନସେବା ଓ ସୁଶାସନର ୨୫ ବର୍ଷ ପୂରଣ କରିବା ଭାରତୀୟଙ୍କ ପାଇଁ ଗର୍ବର ବିଷୟ
• ମୋଦୀଜୀଙ୍କ ‘ସେବା ଯାତ୍ରା’ ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି
• ସେବା, ସମର୍ପଣ ଓ ରାଷ୍ଟ୍ରଭକ୍ତିର ‘ସେବା ଜ୍ୟୋତି’ ଆମକୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନ ଦିଗରେ ସର୍ବଦା ପ୍ରେରଣା ଯୋଗାଇବ
• ପ୍ରଧାନମନ୍ତ୍ରୀଙ୍କ ‘ସେବା ମନ୍ତ୍ର’ ଓ ‘ରାଷ୍ଟ୍ର ପ୍ରଥମ’ ଭାବନାକୁ ଆଧାର କରି ୨୦୪୭ ସୁଦ୍ଧା ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଭାରତ ଗଠନରେ ନିଜ ନିଜର ଯୋଗଦାନ ଦେବା

ଅନୁଗୋଳ, ୭ ଅକ୍ଟୋବର ୨୦୨୬ – ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିରନ୍ତର ୨୫ ବର୍ଷର ନିଷ୍ଠାପର ଜନସେବା, ସୁଶାସନ ଓ ବିକାଶ ପୂର୍ତ୍ତି ଅବସରରେ ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ ଓ ‘ସେବା ସଙ୍କଳ୍ପ ଅଭିଯାନ’ ଆୟୋଜିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ‘ସେବା ଜ୍ୟୋତି ସ୍ଥାପନା’ ଉଦ୍ଦେଶ୍ୟରେ ଆୟୋଜିତ ବିଶାଳ ପଦଯାତ୍ରାର ନେତୃତ୍ୱ ନେଇଥିଲେ ।

କାର୍ୟ୍ୟକ୍ରମ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନକୁ ଶୁଣିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ମୋଦୀଜୀ ଯେଉଁ ‘ସେବା ଯାତ୍ରା’ ଆରମ୍ଭ କରିଥିଲେ, ତାହା ଆଜି ସାରା ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି । ଦେଶବାସୀଙ୍କ ବିଶ୍ୱାସ ଓ ନିଷ୍ଠା ହିଁ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି । କେବଳ ବ୍ୟକ୍ତିଗତ ପଦବୀ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ଓ ମିଶନ ଭାବନାକୁ ନେଇ କାର୍ୟ୍ୟ କରିବା ଦ୍ୱାରା ହିଁ ଆଜି ଭାରତ ବିଶ୍ୱ ଦରବାରରେ ଏକ ଆତ୍ମନିର୍ଭର ଓ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇପାରିଛି ।

ମାନନୀୟ ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ “ଡର ଡସକ୍ଷକ୍ଷ ଊକ୍ଟ ଓଗ୍ଧ” ର ନୂଆ ଆତ୍ମବିଶ୍ୱାସ ମନ୍ତ୍ର ଦେଇଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ, ପ୍ରଯୁକ୍ତିବିଦ୍ୟା ଓ ସମସ୍ତ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବା ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ । ଏହି ପ୍ରେରଣାଦାୟୀ ବାର୍ତ୍ତା ପ୍ରତ୍ୟେକ ଭାରତୀୟଙ୍କ ମନରେ ନୂତନ ଉତ୍ସାହ ଭରିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଜନସେବା ଓ ସୁଶାସନର ୨୫ ବର୍ଷ ପୂରଣ କରିବା ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀଙ୍କ ‘ସେବା ମନ୍ତ୍ର’ ଓ ‘ସ୍ୱଦେଶୀ’ ଭାବନାକୁ ଆପଣେଇ ଆମକୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବାକୁ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ମହାପ୍ରଭୁ ଓ ମାଆ ସମଲେଇଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

ଏହି ଯାତ୍ରାର ଏକ ମୁଖ୍ୟ ଅଂଶ ଭାବେ ଅନୁଗୋଳ ଠାରେ ଆୟୋଜିତ ‘ସେବା ଜ୍ୟୋତି ପ୍ରଜ୍ଜ୍ୱଳନ’ ଏବଂ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ଶ୍ରୀ ପ୍ରଧାନ ଶ୍ରଦ୍ଧା ଓ ଉତ୍ସାହର ସହ ସାମିଲ ହୋଇଥିଲେ । ଏହି ପଦଯାତ୍ରା କେବଳ ଏକ ଚାଲିବା କାର୍ୟ୍ୟକ୍ରମ ନୁହେଁ, ବରଂ ଜନଭାଗୀଦାରୀ ଓ ରାଷ୍ଟ୍ର ନିର୍ମାଣର ଏକ ଶକ୍ତିଶାଳୀ ସଂକଳ୍ପ ବୋଲି ସେ କହିଛନ୍ତି ।

‘ସେବା ସଙ୍କଳ୍ପ ଅଭିଯାନ’ ଅନ୍ତର୍ଗତ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲା ତୁରଙ୍ଗ ସ୍ଥିତ ଅଙ୍ଗନଓ୍ୱାଡ଼ି(ଖ) କେନ୍ଦ୍ର ପରିଦର୍ଶନ କରିବା ସହ ଶିଶୁ, ଅଙ୍ଗନଓ୍ୱାଡ଼ି, ଆଶା କର୍ମୀ ଏବଂ ହିତାଧିକାରୀଙ୍କ ସହ ସମୟ ଅତିବାହିତ କରିଥିଲେ । ସେଠାରେ ଶିଶୁ ସୁରକ୍ଷା, ମାତୃ କଲ୍ୟାଣ, ସ୍ୱଚ୍ଛତା ଓ ନିଶା ନିବାରଣ ପାଇଁ ସାମୂହିକ ଶପଥ ଗ୍ରହଣ କରାଯାଇଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ସରକାରୀ ଯୋଜନା ସହ ସମାଜର ଆନ୍ତରିକ ସହଯୋଗ ମିଶିଲେ ହିଁ ଆମ ଶିଶୁମାନଙ୍କ ସଠିକ୍ ପୋଷଣ, ଉତ୍ତମ ଯତ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ ହୋଇପାରିବ। ଆମର ଆଗାମୀ ପିଢ଼ି ହିଁ ୨୦୩୬ ‘ବିକଶିତ ଓଡ଼ିଶା’ ଓ ୨୦୪୭ ‘ବିକଶିତ ଭାରତ’ର ପ୍ରକୃତ ମୂଳଦୁଆ। ଡବଲ ଇଞ୍ଜିନ ସରକାର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମାତୃ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।

  • Related Posts

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ। ସରକାର ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ବ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ ହୋଇଛି। ଆଜିଠୁ ସାରା ଦେଶରେ ସେବା…

    Continue reading
    ସାମିଲ ହେବେ ଯୁବ ଓ କଟିଥିବା ଭୋଟର;୨୬ରୁ ଘରକୁ ଘର ବୁଲି ସର୍ଭେ

    ଭୁବନେଶ୍ୱର : ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଓ ଯୁବ ଭୋଟର୍‌ଙ୍କୁ ଭୋଟର୍‌ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବୁଧବାର ଠାରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ରାଜ୍ୟବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଅନୁ‌ଷ୍ଠିତ ହେବ। ଭୋଟର ତାଲିକାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ