ନିଶାମୁକ୍ତ ଅଭିଯାନ ପାଇଁ ସ୍ୱତନ୍ତ୍ର ଚଢ଼ାଉ

ଭୁବନେଶ୍ୱର, ୦୭/୧୦/୨୦୨୬: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ଦ୍ୱାରା ପୋଲିସ ଅଧିକାରୀମାନଙ୍କ ସହଯୋଗରେ ଅକ୍ଟୋବର ପହିଲାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ ଚାଲୁ ରହିଛି ।

ଏହି ଅଭିଯାନରେ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଏବଂ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କ ଦ୍ୱାରା ସମଗ୍ର ରାଜ୍ୟର ବିଭିନ୍ନ ହୋଲସେଲ ଓ ଖୁଚୁରା ଔଷଧ ବିକ୍ରୟ ପ୍ରତିଷ୍ଠାନରେ ବ୍ୟାପକ ଚଢ଼ାଉ କରାଯାଉଛି। ଚଢ଼ାଉ ସମୟରେ ଆଲ୍ପ୍ରାଜୋଲାମ୍ (Alprazolam), ନାଇଟ୍ରାଜେପାମ୍ (Nitrazepam), ପେଣ୍ଟାଜୋସିନ୍ (Pentazocine), ଟ୍ରାମାଡୋଲ୍ (Tramadol) ଇତ୍ୟାଦି ସାଇକୋଟ୍ରୋପିକ୍ ଔଷଧର କ୍ରୟ ଏବଂ ପଞ୍ଜୀକୃତ ଚିକିତ୍ସକଙ୍କ ବୈଧ ପ୍ରେସକ୍ରିପ୍ସନ୍ ଆଧାରରେ ଏହାର ବିକ୍ରୟ କରାଯାଇଛି କି ନାହିଁ, ତାହା ଯାଞ୍ଚ କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ମୋଟ ୨୨୦ଟି ପ୍ରତିଷ୍ଠାନରେ ଚଢ଼ାଉ କରାଯାଇଛି। ଏଥିମଧ୍ୟରୁ ୧୩୭ଟି ପ୍ରତିଷ୍ଠାନ ବିରୋଧରେ ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ, ୧୯୪୦ ଏବଂ ଏହା ଅଧୀନରେ ପ୍ରଣୀତ ନିୟମାବଳୀର ଉଲ୍ଲଂଘନ ନେଇ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ଏକ ଚଢ଼ାଉ ସମୟରେ ୧୧୦୦ ଆମ୍ପୁଲ୍ ପେଣ୍ଟାଜୋସିନ୍ ଇଞ୍ଜେକ୍ସନ୍ ସମେତ ଅନ୍ୟାନ୍ୟ ଔଷଧ ଓ ମେଡିକାଲ୍ ଡିଭାଇସ୍ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୯,୭୦,୦୦୦ ଟଙ୍କା ଅଟେ ।

ସେହିପରି, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା, ନୂଆପଡ଼ା ଜିଲ୍ଲାର ଜୋଙ୍କ ଥାନା ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଇସେନ୍ସବିହୀନ ପ୍ରତିଷ୍ଠାନରୁ ପ୍ରାୟ ୧,୯୨,୦୦୦ ଟଙ୍କା ମୂଲ୍ୟର ଔଷଧ ଜବତ କରାଯାଇଛି । ଏହି ଘଟଣାଗୁଡ଼ିକରେ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

  • Related Posts

    ଓଡ଼ିଶାର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ପାଇଁ ବଡ଼ ଆଶ୍ୱସ୍ତି: ‘କାରଣ ଦର୍ଶାଅ’ ପ୍ରକ୍ରିୟା ରଦ୍ଦ

    ଭୁବନେଶ୍ୱର ୬ ଅକ୍ଟୋବର, ୨୦୨୬ ରାଜ୍ୟ ସରକାରଙ୍କ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଦାଖଲ କରାଯାଇଥିବା ଅନୁପାଳନ ରିପୋର୍ଟ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛି ଇ.ଆର୍.ସି (ERC)।ଓଡ଼ିଶାର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ (Teacher Education…

    Continue reading
    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ