
ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ରାବଣପୋଡି, ଭସାଣି ଉତ୍ସବ ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂଜା କମିଟି ଗୁଡିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିଛନ୍ତି ।
ପାର୍ବଣ ଋତୁରେ ଏହି ପର୍ବଗୁଡିକର ସାମାଜିକ ଓ ସାଂସ୍କୃତିକ ମହତ୍ୱ ଓ ଜନସାଧାରଣଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟଯେ, ଏହି ଅବଧି ଚଳିତ ଅକ୍ଟୋବର ୧୭ରୁ ନଭେମ୍ବର ୧୮ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏଥିସହିତ ପୂଜା କମିଟିଗୁଡିକୁ ଶାନ୍ତି ଶୃଙ୍ଖଳା ଓ ପରିବେଶ ଅନୁକୂଳ ଭାବେ ପୂଜା ଆୟୋଜନ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।








