ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାର ଦୂରଦୂରାନ୍ତରେ ରହୁଥିବା ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା। ଚଳିତମାସ ୨୧ରୁ ୨୪ ତାରିଖ ପର୍ୟ୍ୟନ୍ତ ଚାଲିଥିବା ଏହି ଶିବିରରେ ୯୪୪ଜଣ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରୁ ୧୧ଜଣ ବିଶେଷଜ୍ଞ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧୀନରେ ଏହି ସେବା ଯୋଗାଇଥିଲେ। ଚିକିତ୍ସା ସୁବିଧା ପାଇଥିବା ରୋଗୀଙ୍କ ଭିତରେ ୟୁରୋଲୋଜି ବିଭାଗରେ ୬୯ଜଣ, ସ୍ନାୟୁରୋଗ ୩୭୪, ନେଫ୍ରୋଲୋଜିରେ ୧୧୨, ହୃଦ୍‌ରୋଗରେ ୧୬୪, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ୧୫୩, ଏଣ୍ଡୋକ୍ରାଇନୋଲୋଜିରେ ୭୨ଜଣଙ୍କ ସଫଳ ଚିକିତ୍ସା କରାଯାଇଛି।

ଏହାସହ ୬୧ଜଣଙ୍କ ଇକୋକାର୍ଡିଓଗ୍ରାଫି, ୧୩୬ଜଣଙ୍କ ଇସିଜି, ୧୨ ଜଣଙ୍କ ଏଣ୍ଡୋସ୍କୋପି, ୨୪ଜଣଙ୍କ ଅଲଟ୍ରାସାଉଣ୍ଡ, ୮୯ଜଣଙ୍କ ଏକ୍ସରେ ଓ ୫୨୧ଜଣଙ୍କ ବିଭିନ୍ନ ପ୍ରକାର ଖର୍ଚ୍ଚବହୁଳ ରୋଗ ନିରୂପଣ ପରୀକ୍ଷା କରାଯାଇଥିଲା। ଶିବିର ପାଇଁ ନୂଆପଡ଼ା ଜିଲ୍ଲା ହସ୍ପିଟାଲକୁ ଅତ୍ୟାଧୁନିକ ରୋଗ ନିରୂପଣ ଯନ୍ତ୍ରପାତି ପଠାଯାଇଥିଲା। ହାତ ପାହାନ୍ତରେ ବିନା ଖର୍ଚ୍ଚରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିଥିବାରୁ ରୋଗୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଏହି ବିଶେଷଜ୍ଞ ଦଳରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ୟୁରୋଲୋଜି ବିଭାଗର ଡା.ପ୍ରମୋଦ, ହୃଦ୍‌ରୋଗର ଡା.ସୁଚିସ୍ମିତା, ସ୍ନାୟୁରୋଗର ଡା.ଅଶ୍ବିନୀ, ନେଫ୍ରୋଲୋଜିର ଡା.ରାକେଶ ଓ ହେପାଟୋଲୋଜିର ଡା.ଜ୍ଞାନରଞ୍ଜନ ପ୍ରମୁଖ ବରିଷ୍ଠ ବିଶେଷଜ୍ଞମାନେ ରୋଗୀ ଚିକିତ୍ସା କରିଥିଲେ। ଏହାଛଡ଼ା ଡା.ଭବାନୀ ଶଙ୍କର, ଡା.ବିଶ୍ବଜିତ, ଡା.ଲିଙ୍କନ, ଡା.ସନନ୍ଦ କୁମାର ସେଠୀ, ଡା.ସୋନିଲିକା ଓ ଡା.ପଙ୍କଜ କୁମାର ବରିଷ୍ଠ ବିଶେଷଜ୍ଞ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ